ଓଡିଶା

ବରୀ ଓସିଏସ୍ ସଫଳକାରୀଙ୍କୁ ସମ୍ଭଦ୍ଧନା କଲେ ବିଧାୟିକା

ବରୀ / ସତ୍ୟଜିତ ବାରିକ :ନିଜର ନିଷ୍ଠା, କର୍ତ୍ତବ୍ୟପରାୟଣତା ମଣିଷ ଙ୍କୁ ଲକ୍ଷ୍ୟ ସ୍ଥଳ ରେ ପହଞ୍ଚାଇ ଥାଏ। ଜୀବନରେ ବହୁ ବାଧା ବିଘ୍ନ ସତ୍ତ୍ୱେ ନିଧିଷ୍ଠ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଯେଉଁ ମାନେ ଉଦ୍ୟମ କରିଥାନ୍ତି ସେମାନେ ଦିନେ ନିଶ୍ଚୟ ସଫଳତା ପାଆନ୍ତି।ସେହିଭଳି ବରୀ ବ୍ଲକ ରେ ସିଭିଲ ସର୍ଭିସ ପରୀକ୍ଷାର କୃତକାର୍ୟ୍ୟ ହୋଇଥିବା ୪ ଜଣ ଯୁବକ ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବରୀ ବିଧାୟିକା । ଚଳିତ ପ୍ରଶାସନିକ ସେବା ପରୀକ୍ଷା ରେ ବରୀ ବ୍ଲକ ର ୪ ଜଣ ପରୀକ୍ଷାର୍ଥୀ ବାଜିମାରିଥିବା ବେଳେ ସେମାନଙ୍କୁ ନେଇ ବରୀ ରେ ଖୁସି ର ଲହରୀ ଖେଳିଯାଇଛି । ଶୁକ୍ରବାର ପ୍ରକାଶିତ ପରୀକ୍ଷା ରେ ବରୀ ବ୍ଲକ ଅଟିରା ପଞ୍ଚାୟତ ଔପଡା ଗ୍ରାମର ମଦନ କର ଙ୍କ ପୁଅ ଦେବବ୍ରତ କର ୪ ନମ୍ବର ର୍ୟାଙ୍କ ରଖି ବରୀ ପାଇଁ ଗର୍ବ ଆଣିଛନ୍ତି . ଏହି ଅବସରରେ ଆଜି ବରୀ ବିଧାୟିକା ସୁନନ୍ଦା ଦାସ ତାଙ୍କ ବାସ ଭବନ କୁ ଯାଇ ସମ୍ବର୍ଦ୍ଧିତ କରିଛନ୍ତି ।

ସେହିପରି ରତ୍ନଗିରି ପଞ୍ଚାୟତ ପଟଣା ଗ୍ରାମ ର ସଚ୍ଚିକାନ୍ତ ମିଶ୍ର ଙ୍କ ପୁଅ ସୁଦୀପ୍ତ ମିଶ୍ର ୧୧୪ ନଂ ର୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବୋଦୁଅ ପଞ୍ଚାୟତ ର ଆଶୁତୋଷ ମଲ୍ଲିକ ଓଡ଼ିଶା ପୋଲିସ ରେ କନଷ୍ଟେବଳ ଚାକିରି କରୁଥିବା ବେଳେ ସେ ଏବେ ଏହି ପରୀକ୍ଷା ରେ ୨୬୩ ନଂ ର୍ୟାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ସେହିପରି ରମ୍ପା ପଞ୍ଚାୟତ ର ବନମାଳୀ ସେଠୀ ୨୫୮ ର୍ୟାଙ୍କ ରଖି ଏହି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବରୀ ମାଟିର ୪ ଜଣ ଯୁବକ ଏହି ପରୀକ୍ଷା ରେ ବାଜି ମାରି ବରୀ ପାଇଁ ଏକ ଇତିହାସ ରଚିବା ସହ ଆଗାମୀ ଦିନରେ ସାଧାରଣ ଜନତା ଙ୍କ ସମସ୍ୟା ର ସମାଧାନ କ୍ଷେତ୍ର ରେ ଗୁରୁତ୍ଵ ଦେଇ କାର୍ୟ୍ୟ କରିବାକୁ କହିବା ସହ ସେମାନଙ୍କ ଆଗାମୀ ଭବିଷ୍ୟତ ସୁଖମୟ ପାଇଁ ଆଶୀର୍ବାଦ କରିଛନ୍ତି . ବରୀ ବିଧାୟିକା ଙ୍କ ଏଭଳି ପ୍ରୟାସ କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଆଜିର ସମ୍ବର୍ଦ୍ଧନା ସଭାରେ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ , ସମାଜସେବୀ ଅରବିନ୍ଦ ମହାନ୍ତି, ତାରାକାନ୍ତ ପରିଡ଼ା, ଟୁକୁ କର ପ୍ରମୁଖ ସହଯୋଗ କରିଥିଲେ।

 

Related posts

ଭଷ୍ମୀଭୂତ ହେଲା ୨ ବଖରା

mahabharatanews

ଯୁବଶକ୍ତି ସମର୍ପିତ ଓଡି଼ଶା ଆନୁକୂଲ୍ୟରେ ସେଚ୍ଛାକୃତ ରକ୍ତଦାନ ଶିବିର

mahabharatanews

ଛତ୍ରପୁର ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା

mahabharatanews