ଅପରାଧ

ପାଶୀ ଲଗାଇ ପ୍ରାଧ୍ୟାପକ ଦମ୍ପତିଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏକ ପ୍ରାଧ୍ୟାପକ ଦମ୍ପତି ଆତ୍ମହତ୍ୟା କରିଛନ୍ତି । ଘରର ଏକ ଷ୍ଟିଲ ପାଇପରେ ପାଶୀ ଲଗାଇ ଉଭୟ ଆତ୍ମହତ୍ୟା କରିଥିବା ପୁଲିସ ସୂଚନା ଦେଇଛି । ପୁଲିସ ଉଭୟଙ୍କ ଝଲନ୍ତା ମୃତଦେହ ଜବତ କରିବା ସହ ସେଠାରୁ ୨ଟି ସୁଇସାଇଟ ନୋଟ ଠାବ କରିଛି । ପ୍ରାଧ୍ୟାପକ ରାକେଶ କୁମାର ଜୈନ (୭୪) ଓ ତାଙ୍କ ପତ୍ନୀ ଉଷା ଜୈନ (୬୯)ଙ୍କର ମୃତ ହୋଇଥିବା ଜଣ।।ପଡିଛି । ଉଭୟ ଦିଲ୍ଲୀର ଗୋବିନ୍ଦ ପୁରୀ ଅଞ୍ଚଳରେ ଥିବା କାଲକାଜି ଏକ୍ସଟେନସନ ବାସଭବନରେ ଫାଶୀ ଲାଗାଇ ଆତ୍ମହତ୍ୟା କରିଛନ୍ତି ।
ସୁଇସାଇଟ ନୋଟରେ ସେମାନେ ଲେଖା ଯାଇଛି, ଉଭୟ ଦୀର୍ଘ ଦିନରୁ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାସାୟୀ ଅଛନ୍ତି । ନିକଟରେ ଏକ ଦୁର୍ଘଟଣାରେ ଉଭୟଙ୍କର ମଲଟିପଲ ଫ୍ରାକ୍ଚର ହୋଇ ଶଯ୍ୟାଶାୟୀ । ସେମାନଙ୍କ ଆତ୍ମହତ୍ୟା ସମ୍ପର୍କରେ ପୁଲିସକୁ ସେମାନଙ୍କ ଝିଅ ସୂଚନା ଦେଇଥିଲେ ।
ବୁଧବାର ଜଣେ ଗୃହ ସହାୟକ ଘରକୁ ଆସି କବାଟ ବାଡେଇଥିଲେ ମଧ୍ୟ କେହି କବାଟ ଖୋଲି ନ ଥିଲେ । ତେଣୁ ଗୃହସହାୟିକା ଏନେଇ ପ୍ରାଧ୍ୟାପକଙ୍କ ଝିଅ ଅଙ୍କିତାଙ୍କୁ ଜଣାଇଥିଲେ । ଖବର ପାଇ ସେ ସେଠାକୁ ଯାଇଥିଲେ ଓ ଘରର କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ । ସେଠାରେ ଉଭୟଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ଝିଅ । ପୁଲିସ ଖବର ପାଇ ଦୁଇ ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ତଦନ୍ତ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

Related posts

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ଫାଶି ଦେବାକୁ ତିହାଡ ପ୍ରଶାସନ ଖୋଜୁଛି ଜଲ୍ଲାଦ

mahabharatanews

ମାନସ ଦାସ ଗିରଫ

mahabharatanews

ମାଆକୁ ହତ୍ୟା କଲା ପୁଅ

mahabharatanews