(ଭୋପାଳ) ; ସିଙ୍ଗଡା ନେଲା ଜୀବନ । ସାମାନ୍ୟ ଏକ ସିଙ୍ଗଡା ପାଇଁ ସୃଷ୍ଟି ହୋଇଥିଲା ମହାଭାରତ । ନିଜ ଦେହରେ ନିଆଁ ଲାଗାଇ ଅତ୍ମ ହତ୍ୟା କଲେ ଯୁବକ । ଏଭଳି ଏକ ଅରୁଚିକର ଘଟଣା ଦେଖିବାକୁ ମିଳିଛି ଅନୁପପୁର ଜିଲ୍ଲାର ଅମରକଣ୍ଟକ ଥାନା ଅନ୍ତର୍ଗତ ବାନ୍ଧା ଗାଁରେ । ଘଟଣାଟି ଜୁଲାଇ ୨୨ ତାରିଖର । ସୂଚନା ଥାଉକି ବରଜୁ ନିଜର ଜଣେ ବନ୍ଧୁଙ୍କ ସହ ସିଙ୍ଗଡ଼ା ଖାଇବାକୁ ଯାଇଥିଲେ। ଦୋକାନୀକୁ ଦୁଇଟି ସିଙ୍ଗଡ଼ା ମାଗିଥିଲେ। ମହିଳା ଦୋକାନୀ ତାଙ୍କୁ ୨୦ ଟଙ୍କା ଦେବାକୁ କହିଥିଲେ। ସିଙ୍ଗଡ଼ା ଦାମ ବୃଦ୍ଧିର କାରଣ ଜାଣିବାକୁ ଚାହିଁଥିଲେ ବଜରୁ। କାରଣ ପୂର୍ବରୁ ସିଙ୍ଗଡ଼ା ଦାମ ୭.୫୦ ଟଙ୍କା ଥିଲା। ସବୁ ଦାମ ବଢ଼ୁଥିବାରୁ ସିଙ୍ଗଡ଼ା ଦାମ ବଢ଼ିଛି ବୋଲି ଦୋକିନୀ କଞ୍ଚନ ସାହୁ କହିଥିଲେ। ଏହାକୁ ନେଇ ଷ୍ଟଲ ମାଲି ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।ମହିଳାଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏହା ସହ ପୋଲିସ ବରଜୁଙ୍କ ନାଁରେ ମାମଲା ମଧ୍ୟ ରୁଜୁ କଲା। ପୋଲିସ ତାଙ୍କୁ ଥାନାକୁ ଡାକି ବୟାନ ରେକର୍ଡ କରି ଛାଡ଼ି ଦେବା ପରେ ବରଜୁ ପୁଣି ଥରେ ସେହି ଦୋକାନକୁ ଯିବାରୁ ଷ୍ଟଲ ମାଲିକ ଏବଂ ତାଙ୍କ ମଧ୍ୟରେ ପୁଣି ଥରେ ବିବାଦ ହୋଇଥିଲା। ବିବାଦ ପରେ ସେ ନିଜ ଉପରେ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇ ଦେଇଥିବା କୁହାଯାଉଛି।ଏହି ମାମଲା ତାଙ୍କର ଏକ ଭିଡିଓ ଭାଇରାଲ୍ ହେବା ପରେ ସାମ୍ନାକୁ ଆସିଥିଲା। ତାଙ୍କୁ କଞ୍ଚନ ନିଆଁ ଲଗାଇଥିବା ଏବଂ ଜଣେ ପୋଲିସ ଅଧିକାରୀ ମାଡ଼ ମାରିଥିବା ଦାବି କରିଥିଲେ ବରଜୁ । ସେପଟେ ଏହାକୁ ଖଣ୍ଡନ କରିବା ସହ ବରଜୁ ତାଙ୍କ ପରିବାରକୁ ନିପାତ କରିବାକୁ ଧମକ ଦେଇଥିବା ଦୋକାନୀ କଞ୍ଚନ ସାହୁ ଅଭଯୋଗ କରିଛନ୍ତି। ପୋଲିସ ଏବେ ସବୁ ଦିଗକୁ ନେଇ ତଦନ୍ତ କରୁଛି ।
previous post
next post