ଭୁବନେଶ୍ୱର (ଶିଳାସ୍ମିତା ରାୟ): ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଆମେରିକାର ଏକ ଅଧ୍ୟୟନ କହୁଛି, କିଛି ରାଜନେତା, ପତ୍ରକାର ଓ ମିଡିଆ ହାଉସ ନିଜ ଲାଭ ପାଇଁ ଏହାକୁ ବ୍ୟବହାର କରି ପାରିଥାନ୍ତି । ମିଚିଗନ ବିଶ୍ୱବିଦ୍ୟାଳୟର ଜଣେ ଆସୋସିଏଟ ପ୍ରଫେସରଙ୍କ ନେତୃତ୍ୱରେ ସର୍ଭେରେ ଗୋଟିଏ ଦଳ କାର୍ଯ୍ୟକରିଥିଲେ ।
ଅଧ୍ୟୟନରେ କୁହାଯାଇଛି, ଏହି ଘଟଣା ଏକ ନିରାଧାର ହତ୍ୟା ଥିଓରି ଉପରେ ପର୍ଯ୍ୟବେଶିତ ଥିଲା । ଆତ୍ମହତ୍ୟାକୁ ହତ୍ୟାର ରୂପ ଦିଆଯାଇଥିଲା । କାରଣ ଆତ୍ମହତ୍ୟାଠାରୁ ହତ୍ୟାର ବିଷୟ ବସ୍ତୁ ଅଧିକ ଆକର୍ଷଣୀୟ ଥିଲା । ‘ଆନାଟୋମୀ ଅଫ ରୁମରସ୍: ସୋସିଆଲ ମିଡିଆ ଆଣ୍ଡ ସୁଇସାଇଡ ଅଫ ସୁଶାନ୍ତ ସିଂହ ରାଜପୁତ’ ଏହି ଅଧ୍ୟୟନର ଶୀର୍ଷକ ଥିଲା । ଏହି ଅଧ୍ୟୟନର ପ୍ରି-ପ୍ରିଣ୍ଟ ଅଧ୍ୟୟନରୁ ଜଣାପଡି/ଛି, ଏସଆରଏସ ମାମଲାରେ ଆତ୍ମହତ୍ୟାକୁ ହତ୍ୟାରେ ପରିଣତ କରିବାରେ ରାଜନେତାଙ୍କ ଆକାଉଣ୍ଟ୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତିଲାଇଛି । ଅଧ୍ୟୟନର ଦଳ ୭୦୦୦ ୟୁଟୁବ, ୧୦୦୦୦ ଟ୍ୱିଟ, ୨୦୦୦ ପତ୍ରକାର ଓ ମିଡିଆ ହାଉସ ତଥା ୧୨୦୦ ରାଜନେତାଙ୍କୁ ନେଇ ଅଧ୍ୟୟନ କରିଥିଲେ ।
ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାକୁ ରାଜନେତା ପ୍ରାରମ୍ଭିକ ଅବସ୍ଥାରେ ଏହାକୁ ହତ୍ୟାର ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହା ପରେ ମିଡିଆ ହତ୍ୟା ଦିଗକୁ ଗତି ଦେଇଥିଲା । ଅଧ୍ୟୟନର ଭାବନାତ୍ମକ ବିଶ୍ଳେଷଣ କହୁଛି, ରାଜନୈତିକ ଆକାଣ୍ଟରୁ ଜୁଲାଇ ମଧ୍ୟରୁ ସିବିଆଇ ଯାଞ୍ଚକୁ ନେଇ ଦାବି ହୋଇଥିଲା । ଅଗଷ୍ଟରୁ ପତ୍ରକାର ମହାରାଷ୍ଟ୍ର ସରକାର ବିରୋଧରେ କ୍ୟାମ୍ପେନ ଆରମ୍ଭ କଲେ । ଅଧ୍ୟୟନରେ ଆହୁରି କୁହାଯାଇଛି, ଏଥିରେ ରିୟା ଚକ୍ରବର୍ତ୍ତୀ, ଆଦିତ୍ୟ ଠାକରେ, ଦିଶା ସାଲିୟନ ଓ ସଲମାନ ଖାଁକୁ ପୂରା ପ୍ରକ୍ରିୟାରେ ଟାର୍ଗେଟ କରାଯାଇଥିଲା । ଏହାପରେ ସୋସିଆଲ ମିଡିଆରେ ଆତ୍ମହତ୍ୟା ଘଟଣାକୁ ହତ୍ୟା ରୂପେ ପଚାର ପ୍ରସାର କରାଗଲା ।