ଭାରତ

୧୪୬ କୋଟି ଆୟ କଲା  ଫିଲ୍ମ ‘ସାଲାର 

(ମୁମ୍ବାଇ) : ଶୁକ୍ରବାର ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଓପନିଂ ଡେ’ ଆୟରେ ‘ସାଲାର’ ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପଠାନ’, ‘ଯବାନ’, ‘ଆନିମଲ’କୁ କାଟିଥିଲା। ୪୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ଖୁବ ଶୀଘ୍ର ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି ସିନେ ସମୀକ୍ଷକ ମତ ରଖିଥିଲେ।

ସୂଚନାନୁଯାୟୀ , ଦ୍ବିତୀୟ ଦିନ ଫିଲ୍ମର ଆୟ କମିଥିବା ଜଣାପଡ଼ିଛି। ପ୍ରଥମ ଦିନ ଫିଲ୍ମଟି ୯୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନ ଫିଲ୍ମଟି ମାତ୍ର ୫୫କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ଏହାକୁ ମିଶାଇ ଫିଲ୍ମଟି ଭାରତରେ ମୋଟ ୧୪୫.୭୦କୋଟି ଟଙ୍କା ଆୟ କରିଥିବା ଜଣାପଡ଼ିଛି। ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ‘ସାଲାର’ ସର୍ବାଧିକ ଆୟ କରିଥିବା ଜଣାପଡ଼ିଥିଲା।

Related posts

କଡ଼ା ସୁରକ୍ଷା ବଳୟରେ ତିହାର ଜେଲ

mahabharatanews

ପୁଣିଥରେ କଂଗ୍ରେସରେ ଯୋଗ ଦେଲେ କେନ୍ଦ୍ର ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂ

mahabharatanews

ନାମାଙ୍କନପତ୍ର ଭରିଲେ କହ୍ନେୟା କୁମାର

mahabharatanews