Uncategorized

୯୦ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀଙ୍କୁ ତାଲିମ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର(ମହାଭାରତ): ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ସଂକ୍ରମଣଙ୍କ ସଂଖ୍ୟା । ଏହି କୋରୋନା ସଂକ୍ରମଣ ରୋକିବା ଲାଗି ଡାକ୍ତର, ନର୍ସ ବୈଷୟିକ ସହାୟକ ଏବଂ ଚିକିତ୍ସା ସହାୟକମାନଙ୍କୁ ତାଲିମ ଦିଆଯାଇଛି । ସେମାନେ ପୂର୍ଣ୍ଣ ଦକ୍ଷତା ସହ ଯେକୌଣସି ସମ୍ଭାବ୍ୟ ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ଥିବା ସରକାର ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ୮୦୨୩ ଡାକ୍ତର, ୮୨୯୬ ଷ୍ଟାଫ ନର୍ସ, ୪୧୦୫ ପରୀକ୍ଷାଗାର ବୈଷୟିକ ସହାୟକ ଓ ପାରା ମେଡିକାଲ ଷ୍ଟାଫ, ୪୧୧୪ ଆୟୁଷ ଡାକ୍ତର, ୪୯୦୫ ଆମ୍ବୁଲାନ୍ସ ଡ୍ରାଇଭର, ୧,୩୫,୮୨୦ ଏଏନ୍‌ଏମ୍‌/ଆଶା/ଅଙ୍ଗନଓ୍ବାଡି କର୍ମୀ, ୭୨୩୬ ପରିମଳ କର୍ମଚାରୀଙ୍କୁ କୋଭିଡ୍‌ ଯୋଦ୍ଧାଭାବେ ତାଲିକାଭୁକ୍ତ କରାଯାଇଛି । ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଶ୍ରମ ଓ କର୍ମଚାରୀ ବୀମା ବିଭାଗ ପ୍ରମୁଖ ଶାସନ ସଚିବ ତଥା କୋଭିଡ୍‌ ଦକ୍ଷତା ବିକାଶ କମିଟି ଅଧ୍ୟକ୍ଷ ଅନୁ ଗର୍ଗ ମାନବ ସମ୍ବଳ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଛନ୍ତି । ଏମାନଙ୍କ ମଧ୍ୟରୁ ୯୦ପ୍ରତିଶତରୁ ଊର୍ଦ୍ଧ୍ୱ ଜଣଙ୍କୁ ତାଲିମ ଦିଆଯାଇଛି । ୭ମ, ୮ମ ଏବଂ ୯ମ ସେମିଷ୍ଟରର ୮୩୨୫ ଜଣ ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ତାଲିମ ଦିଆଯାଇଛି। ସେହିପରି ଘରୋଇ ହସ୍ପିଟାଲର ୧୦୮ ଡାକ୍ତର, ୬୪ ଷ୍ଟାପ୍‌ ନର୍ସ ଏବଂ ୬୧ ଫାର୍ମାସିଷ୍ଟ ଏବଂ ଅସ୍ଥାୟୀ ମେଡିକାଲ କ୍ୟାମ୍ପର ୩୩,୯୦୦ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି ।

Related posts

ରାଜ୍ୟସଭାରେ ସରୋଗେସିକୁ ମଳିଲା ମଞ୍ଜୁରୀ

mahabharatanews

ଏନକାଉଣ୍ଟରେ ୨ ଆତଙ୍କବାଦୀ ନିହତ

mahabharatanews

ଦେଶରେ ୨୪ ଘଣ୍ଟାରେ ୨୫୫୩ ନୂଆ ଆକ୍ରାନ୍ତ, ୭୨ ମୃତ୍ୟୁ

mahabharatanews

Leave a Comment