ଭାରତ

ଆସନ୍ତା ବର୍ଷ ଫେବୃଆରୀରେ ଗଗନଯାନ ମିଶନର ପରୀକ୍ଷାମୂଳକ ଉଡ଼ାଣ

ଡେସ୍କ: ଆସନ୍ତା ବର୍ଷ ଫେବୃଆରୀରେ ହେବ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଗଗନଯାନ ମିଶନ ଅନ୍ତର୍ଗତ କେତେକ ଉଡ଼ାଣମୂଳକ ପରୀକ୍ଷା । ଏହି ସୂଚନା ଦେଇଛନ୍ତି ଇସ୍ରୋର ଜଣେ ବରିଷ୍ଠ ଅଧିକାରୀ । ଭାରତର ପ୍ରଥମ ମାନବ ମହାକାଶ ଉଡ଼ାଣ ମିଶନ୍ ପୂର୍ବରୁ ଏହି ଉଡ଼ାଣମୂଳକ ପରୀକ୍ଷା କରାଯିବ। ଇସ୍ରୋର ମାନବ ମହାକାଶ ଉଡ଼ାଣ କେନ୍ଦ୍ରର ନିର୍ଦ୍ଦେଶକ ଆର. ଉମାମହେଶ୍ଵରନ କହିଛନ୍ତି, ଗଗନଯାନ ମାନବ ମହାକାଶ ଉଡ଼ାଣ ମିଶନ୍ ଅଧୀନରେ ମହାକାଶଚାରୀ ମାନଙ୍କୁ ୩ ଦିନ ପାଇଁ କକ୍ଷପଥକୁ ପଠାଇବା ଯୋଜନା ଥିବାରୁ ଏହି ପରୀକ୍ଷଣ ସମୟରେ ଚିନୁକ ହେଲିକପ୍ଟର ଓ ସି-୧୭ ଗ୍ଲୋବମାଷ୍ଟର ପରିବହନ ଜାହାଜ ବ୍ୟବହାର କରାଯିବ। ଭାରତୀୟ ମହାକାଶ କଂଗ୍ରେସକୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି, ଇତିମଧ୍ୟରେ ଇସ୍ରୋ ପରିବେଶ ସୁରକ୍ଷା ବ୍ୟବସ୍ଥାର ରୂପରେଖ ଚୂଡାନ୍ତ କରିସାରିଛି। ଏହି ବ୍ୟବସ୍ଥା ଦ୍ୱାରା ମହାକାଶଚାରୀମାନେ ପୃଥିବୀର କକ୍ଷପଥ ପରିକ୍ରମା କରୁଥିବା ଯାନ ମଧ୍ୟରେ ସଠିକ ତାପମାତ୍ରା ରକ୍ଷା କରିବ। ଏହି ସମୟ ମଧ୍ୟରେ ପ୍ରାୟ ଇସ୍ରୋ ୧୭ ପ୍ରକାର ପରୀକ୍ଷା କରିବ।

 

 

Related posts

ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ହୋଇଛି ୪ର୍ଥ ଏକଦିବସୀୟ ମ୍ୟାଚ;୪ ରନରେ ଜିତିଲା ଶ୍ରୀଲଙ୍କା

mahabharatanews

ଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।

mahabharatanews

ବୃଦ୍ଧି ପାଇଲା ବିଷାକ୍ତ ମଦ ମୃତ୍ୟୁ ସଂଖ୍ୟା

mahabharatanews