ଭୁବନେଶ୍ୱର/ସରୋଜ ରାଉତ: ଅଙ୍ଗାଡିଆ ସ୍କିମ ନାମରେ ୧ କୋଟି ଠକେଇ । କୋଟିଏ ଟଙ୍କା ଦେଲେ ମିଳିବ ଦୁଇ କୋଟି । କଳାଧନକୁ ଧଳା କରି ଦିଆଯିବ । ଏହି ରୂପେ ପ୍ରଲୋଭନ ଦେଖାଇ ଚାଲିଥିଲା ଠକେଇ । ଏମିତି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ ।
ଟଙ୍କା ଡବଲ କରିବା ଲୋଭ ଦେଖାଇ ଦୋକାନୀଙ୍କୁ ଠକେଇ ପାଇଁ ଚାଲିଥିଲା ଯୋଜନା । କୋଟିଏ ଟଙ୍କା ଦେଲେ ହେବ ଦେଢ ଗୁଣା । କଳାଧନ ଦେଲେ ଡକୁମେଣ୍ଟରେ ଧଳା ହୋଇ ଆସିବ ଟଙ୍କା । ଏପରି ଭାବେ ରାଜଧାନୀ ଭୁବନେଶ୍ୱରର ଏୟାରପୋର୍ଟ ଥାନା ଅଞ୍ଚଳରେ ଚାଲିଥିଲା ଠକେଇ ଯୋଜନା । ସୂଚନା ପାଇଁ କମିଶନରେଟ ପୁଲିସ ୯ ଜଣଙ୍କୁ ଗିରଫ କରିଛି । ତେବେ ସବୁଠାରୁ ବଡ କଥା, ଗିରଫ ହୋଇଥିବା ୯ ଜଣଙ୍କ ମଧ୍ୟରେ ରହିଛନ୍ତି କମିଶନରେଟ ପୁଲିସର ୩ କର୍ମଚାରୀ । କମଲ ସାହା ନାମକ ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଏମାନେ ଠକିଥିଲେ । ଠକାମିର ଶିକାର ହେବା ପରେ କମଳ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏୟାରପୋର୍ଟ ଅଞ୍ଚଳର ଏକ ଓୟୋରୁ ୯ ଜଣଙ୍କୁ ଗିରଫ କରିବା ସହ ନଗଦ ୯୯ଲକ୍ଷ୫୦ହଜାର ଟଙ୍କା ଜବତ କରିଛି ।
ଏହି ଘଟଣାରେ ଗିରଫହୋଇଥିବା ୯ ଜଣଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟଅଭିଯୁକ୍ତ ପ୍ରଶାନ୍ତ ପଣ୍ଡା, ପ୍ରଶାନ୍ତ ପାଢୀ, ରାଜ ରାୟବାହାଦୂର ଓ ଅନ୍ୟ ତିନି ଜଣ ଓ କିଶନରେଟ ପୁଲିସ ଭୁବନେଶ୍ୱର ଇପିଡିର ଦିଲିପ ମଲ୍ଲୀକ, ସନ୍ଦିପ୍ତ ପୃଷ୍ଟି ଓ କଟକ ଇପିଡିର ପ୍ରପୁଲ୍ଲ ଭୁୟାଁ । ପୁଲିସ ଏହି ମାମଲାର ଯାଞ୍ଚ କରୁଛି । ଆଗରୁ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଏପରି ଘଟଣା ଘଟାଇଥିବା ପୁଲିସ ସନ୍ଦେହ କରି ତଦନ୍ତ ଚଳାଇଥିବା ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।
previous post