ଓଡିଶା

ପୁରୀରୁ ୧୨ କରୋନା ଆକ୍ରାନ୍ତ ଚିହ୍ନଟ

(ମହାଭାରତ/ପୁରୀ):ଗତ ସପ୍ତାହେ ଧରି ପୁରୀରେ ଚାଲିଥିବା କୋଭିଡ ଟେଷ୍ଟରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଜ୍ଝ ମୋଟ ୫୫୬୯ ଜଣଙ୍କ ନମୁନା ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ଜ୍ଝ ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକ୍ଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଜ୍ଝ ତେବେ ଆଜି ଚାଲିଥିବା ମହାପ୍ରଭୁଙ୍କ ବାହୁଡା ଯାତ୍ରାରେ ଯେଉଁମାନେ ସାମିଲ ହୋଇଛନ୍ତି ସମସ୍ତେ କରୋନା ନେଗେଟିଭ ଥିବା ଜିଲ୍ଲା ପ୍ରଶାସନ ଜଣାଇଛି । ଆଜି ରାଜ୍ୟରେ ଆଉ ୨୫୧ ଜଣ ନୁଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସର୍ବାଧିକ ୧୦୨ ଜଣ ଗଞ୍ଜାମ ଜିଲ୍ଲାର ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Related posts

କେନ୍ଦୁଝର ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

mahabharatanews

ସଡକ ଦୂର୍ଘଟଣାରେ ମାମୁ ମୃତ, ଭଣଜା ଗୁରୁତର

mahabharatanews

ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ

mahabharatanews