ଅପରାଧ

ନାବାଳକ, ନାବାଳିକାଙ୍କ ଝୁଲନ୍ତା ମୃତଦେହ

ବେତନଟୀ: ଗଛରେ ଝୁଲୁଛି ମୃତଦେହ । ଅଞ୍ଚଳରେ ଚାଞ୍ଚଲ୍ୟ, ହେଲେ କାରଣ ଅସ୍ପଷ୍ଟ । ବେତନଟୀ ଧର୍ମଶାଳା ଅଞ୍ଚଳରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଦୁଇ ନାବାଳକ, ନାବାଳିକାଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଏହା ଦେଖିବା ପରେ ଲୋକ ରୁଣ୍ଡ ହୋଇଯାଇଥିଲେ । ପୁଲିସକୁ ଏନେଇ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଁଚି ମୃତଦେହ ଉଦ୍ଧ।।ର କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ବେତନଟୀର ଧର୍ମଶାଳା ଅଞ୍ଚଳରେ ଥିବା ଏକ କେନାଲ କଡରେ ଥିବା ଏକ ଗଛରେ ଝୁଲୁଥିଲା ଦୁଇଟି ମୃତଦେହ । ମୃତକ ନାବାଳକର ବୟସ ୧୬ ହୋଇଥିବା ବେଳେ ନାବାଳିକାର ବୟସ ୧୪ ବୟସ । ଉଭୟ ସମ୍ପର୍କରେ ଭାଇଭଉଣୀ ହେବେ । ତେବେ ମୃତ୍ୟୁର କାରଣ ଜଣାପଡିନ।।ହିଁ । ପୁଲିସ ଦୁଇ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ଓ ତଦନ୍ତ ଆରମ୍ଭ କରିଛି ।

 

Related posts

ଚୋରା ବିଦେଶୀ ମଦ ଜବତ, ୧ ଗିରଫ

mahabharatanews

ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ଅଧିକାରୀ

mahabharatanews

ପୂର୍ବ ଶତୃତାରୁ ଛୁରାମାଡ

mahabharatanews