(ଉତ୍ତର ଆଫ୍ରିକୀୟ) : ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମୋରକୋ ଅନ୍ତର୍ଗତ ମାରକେସ୍ର ଦକ୍ଷିଣପଶ୍ଚିମରେ ୬.୮ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଛି । ଶୁକ୍ରବାର ରାତି ୧୧.୧୧ରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି ।Ads by
ସୂଚନାନୁଯାୟୀ, ଶକ୍ତିଶାଳୀ ଭୂମିକମ୍ପ ଯୋଗୁଁ ଅନ୍ୟୂନ ୨୯୬ଜଣ ଲୋକ ପ୍ରାଣ ହରାଇଥିବା କଥା ଆଜି ସକାଳେ ମୋରକୋର ଗୃହମନ୍ତ୍ରାଳୟ କହିଛି। ଭୂମିକମ୍ପ ଯୋଗୁଁ ଆହତ ହୋଇଥିବା ୧୫୩ଜଣଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ପଠାଯାଇଛି। ଅଧିକାଂଶ କ୍ଷୟକ୍ଷତି ସହର ଓ ନଗର ବାହାରେ ହୋଇଥିବା କଥା ମନ୍ତ୍ରାଳୟ ସୂଚନା ଦେଇଛି।
