ଓଡିଶା

କାଲିମେଳାରେ ନକ୍ସଲ ବ୍ୟାନର

(ମହାଭାରତ, ମାଲକାନାଗିରି): ନକ୍ସଲଙ୍କ ପିଏଲଜିଏ ସପ୍ତାହ ଚାଲିଥିବାବେଳେ ମାଲକାନାଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଗୋମ୍ପାକୋଣ୍ଡା ଗ୍ରାମ ପଞ୍ଚାୟତର କାନାଗୁଡ ଗାଁ ନିକଟରେ ନକ୍ସଲ ବ୍ୟାନର ଦେଖିବାକୁ ମିଳିଛି । ଏହି ବ୍ୟାନରରେ ପିଏଲଜିଏ ସପ୍ତାହ ପାଳନ କରିବାକୁ ଏବଂ ପୋଲିସକୁ ନକ୍ସଲମାନଙ୍କ ବିଷୟରେ ସୂଚନା ଦେଉଥିବା ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ଦର୍ଶାଯାଇଛି । ଘଟଣାସ୍ଥଳରେ ବିଏସଏଫ ଯବାନ ପହଞ୍ଚି ବ୍ୟାନର ଜବତ କରିଛି । ନକ୍ସଲଙ୍କ ଏହି ପିଏଲଜିଏ ସପ୍ତାହ ପାଳନକୁ ନଜରରେ ରଖି ମାଲକାନାଗିରି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Related posts

ଜୁଲାଇ ଦ୍ୱିତୀୟ ସପ୍ତାହ ଆଡକୁ ରାଜ୍ୟରେ କରୋନା ସଂକ୍ରମଣ କମିପାରେ

mahabharatanews

ଭୁବନେଶ୍ୱରରେ ଉପରାଷ୍ଟ୍ରପତି

mahabharatanews

ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

mahabharatanews