ଓଡିଶା

ଅ।ନ୍ତଃଜାତି ଦମ୍ପତିଙ୍କୁ ଅ ।ର୍ଥିକ ସହାୟତା ପ୍ରଦାନ

(ମହାଭାରତ/ଗୋପ): ଅ।ନ୍ତଃଜାତି ବିବାହ କରିଥିବା ଦମ୍ପତିମାନଙ୍କୁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୋଟ ୪୪ ଜଣ ଦମ୍ପତିଙ୍କୁ ଏହି ଅ ।ର୍ଥିକ ସହାୟତା ପ୍ରଦାନ କରିଥିଲେ । ଅ ।ନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦେବାକୁ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଅ ।ର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏହି ଅବସରରେ ସଂପୃକ୍ତ ଦମ୍ପତିମାନେ ଖୁସି ବ୍ୟକ୍ତ ହେବା ସହ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଥିଲେ । ଏଥିରେ ଜିଲ୍ଲା ମଙ୍ଗଳ ଅଧିକାରୀ ଚନ୍ଦ୍ରକାନ୍ତ ମାଝୀ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ରାୟଗଡ଼ା ଜିଲ୍ଲା ଗୁଣୁପୁର ବେବର୍ତ୍ତା ଢିପସାହିରେ ଭୟାବହ ଅଗ୍ନିକାଣ୍ଡ

mahabharatanews

 ବିଳମ୍ବିତ ରାତିରେ ଜନ୍ମ ନେଲେ ପ୍ରଭୁ,  ଶ୍ରୀମନ୍ଦିରରରେ ଆଜି ନନ୍ଦୋତ୍ସବ

mahabharatanews

ଭୁବନେଶ୍ୱରରେ ପହଞ୍ଚିଲେ ବିଧାୟିକା ଦୀପାଳି ଦାସ 

mahabharatanews