Uncategorized

ହେମନ୍ତଙ୍କୁ ସର୍ବାଧିକ ଲୋକ ମୁଖ୍ୟମନ୍ତ୍ରୀ ଭାବେ ଚାହୁଁଛନ୍ତି: ସର୍ଭେ

ରାଞ୍ଚି: ଝାରଖଣ୍ଡର ୮୧ ବିଧାନସଭା ଅ ।ସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଛି । ଅ।ସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ଫଳାଫଳ ପ୍ରକାଶ ପାଇଥିଲା ।
ଏକଜିଟ ପୋଲ ଅନୁଯାୟୀ, ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ସରକାରଙ୍କୁ ବିରୋଧୀ ଗାଦିଚ୍ୟୁତ କରିବେ ବୋଲି ଅ।କଳନ କରାଯାଇଛି । କଂଗ୍ରେସ-ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଅ ।ରଜେଡି ଏଥର ଏକାଠି ନିର୍ବଚନ ଲଢିଛନ୍ତି । ଏହି ୩ ଦଳ ଏଥର ଝାରଖଣ୍ଡରେ ସରକାର ଗଠନ କରିବେ ବୋଲି ଏକଜିଟ୍ ପୋଲ ରିପୋର୍ଟରେ କୁହାଯାଇଛି ।
ସେହିପରି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ଇଣ୍ଡିଆ ଟୁଡେ- ଅ ।କ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ ଫେଲ ମାରିଛନ୍ତି । ଅଧିକାଂଶ ଲୋକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
ସର୍ଭେରୁ ଆହୁରି ଜଣାପଡିଛି, ୨୯% ଲୋକ ହେମନ୍ତ ସୋରେନଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ରଘୁବର ଦାସଙ୍କ ସମର୍ଥନରେ ୨୬% ଲୋକ ରହିଛନ୍ତି । ସେହିପରି ଝାରଖଣ୍ଡ ବିକାଶ ମୋର୍ଚ୍ଚାର ବାବୁଲାଲ ମାରାଣ୍ଡିଙ୍କୁ ୧୦%, ସୁଦେଶ ମାହୋତାଙ୍କୁ ୯%, ଅର୍ଜୁନ ମୁଣ୍ଡାଙ୍କୁ ୬%, ଶିବୁ ସୋରେନଙ୍କୁ ୬%, ଷ୍ଟେଫେନ ମାରାଣ୍ଡିଙ୍କୁ ୧% ଓ ଜୟନ୍ତ ସିହ୍ନାଙ୍କୁ ୧%, ମଧୁ କୋଡ଼ାଙ୍କୁ ୧%, ସୂର୍ଯ୍ୟ ରାଏଙ୍କୁ ୧% ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ •ହୁଁଛନ୍ତି ।

Related posts

ଦେଶରେ ୨୪ ଘଣ୍ଟାରେ ୧୦୦ ଜଣଙ୍କ ମୃତ୍ୟୁ, ୩୯୬୭ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଆସନ୍ତା ୬ରେ ରିପୋର୍ଟ ଦେବାକୁ ଆରଏମଏଲ ହସ୍ପିଟାଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

mahabharatanews

ସାଧ୍ୱୀ ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ସ୍ପାଇସ ଜେଟ୍

mahabharatanews