ରାଞ୍ଚି: ଝାରଖଣ୍ଡର ୮୧ ବିଧାନସଭା ଅ ।ସନ ପାଇଁ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ ଶେଷ ହୋଇଛି । ଅ।ସନ୍ତା ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ଫଳ ପ୍ରକାଶ ପାଇବା ପୂର୍ବରୁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ଫଳାଫଳ ପ୍ରକାଶ ପାଇଥିଲା ।
ଏକଜିଟ ପୋଲ ଅନୁଯାୟୀ, ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପି ସରକାରଙ୍କୁ ବିରୋଧୀ ଗାଦିଚ୍ୟୁତ କରିବେ ବୋଲି ଅ।କଳନ କରାଯାଇଛି । କଂଗ୍ରେସ-ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ଅ ।ରଜେଡି ଏଥର ଏକାଠି ନିର୍ବଚନ ଲଢିଛନ୍ତି । ଏହି ୩ ଦଳ ଏଥର ଝାରଖଣ୍ଡରେ ସରକାର ଗଠନ କରିବେ ବୋଲି ଏକଜିଟ୍ ପୋଲ ରିପୋର୍ଟରେ କୁହାଯାଇଛି ।
ସେହିପରି ଝାରଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବ ଏହାକୁ ନେଇ ଇଣ୍ଡିଆ ଟୁଡେ- ଅ ।କ୍ସିସ ମାଇଁ ଇଣ୍ଡିଆ ପକ୍ଷରୁ ହୋଇଥିବା ସର୍ଭେରୁ ଜଣାପଡିଛି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରଘୁବର ଦାସ ଫେଲ ମାରିଛନ୍ତି । ଅଧିକାଂଶ ଲୋକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି ।
ସର୍ଭେରୁ ଆହୁରି ଜଣାପଡିଛି, ୨୯% ଲୋକ ହେମନ୍ତ ସୋରେନଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁଛନ୍ତି । ରଘୁବର ଦାସଙ୍କ ସମର୍ଥନରେ ୨୬% ଲୋକ ରହିଛନ୍ତି । ସେହିପରି ଝାରଖଣ୍ଡ ବିକାଶ ମୋର୍ଚ୍ଚାର ବାବୁଲାଲ ମାରାଣ୍ଡିଙ୍କୁ ୧୦%, ସୁଦେଶ ମାହୋତାଙ୍କୁ ୯%, ଅର୍ଜୁନ ମୁଣ୍ଡାଙ୍କୁ ୬%, ଶିବୁ ସୋରେନଙ୍କୁ ୬%, ଷ୍ଟେଫେନ ମାରାଣ୍ଡିଙ୍କୁ ୧% ଓ ଜୟନ୍ତ ସିହ୍ନାଙ୍କୁ ୧%, ମଧୁ କୋଡ଼ାଙ୍କୁ ୧%, ସୂର୍ଯ୍ୟ ରାଏଙ୍କୁ ୧% ଲୋକ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ •ହୁଁଛନ୍ତି ।
previous post