ଓଡିଶା

ପାଉଡର ଚୋର ସିସିଟିଭିରେ କଏଦ

କଣିହାଁ: ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ଅଧୀନସ୍ଥ ଏନଟିପିସି ଲକ୍ଷ୍ମୀ ବଜାର ମାର୍କେଟ୍ରେ ଥିବା ଏକ ସପିଙ୍ଗ ମଲ୍ରୁ ଗତ ସପ୍ତାହରେ ପାଉଡର ଚୋରି ହୋଇଥିବା ଜଣାପଡିଛି । ସଂପୃକ୍ତ ମଲ୍ରେ ଲାଗିଥିବା ସିସିଟିଭି ଫୁଟେଜ ପାଉଡର ଚୋର ଜଣଙ୍କର ଛବିକୁ କଏଦ କରିଥିଲା । ଚୋର ଜଣକ ନିଜ ପ୍ୟାକେଟ୍ରେ ପାଉଡର ଭର୍ତି କରି ଚମ୍ପଟ୍ ମାରିଥିଲା । ସେହିଦିନ ରାତିରେ ଦୋକାନ ବନ୍ଦ ସମୟରେ ମଲରୁ ପାଉଡର ଚୋରି ହୋଇଥିବା ସତ୍ୱାଧିକାରୀ ଜଣକ ଜଣିବାକୁ ପାଇଥିଲେ । ତେବେ ଚୋରିରେ ସଂପୃକ୍ତ ଯୁବକ ଜଣକ ଏନଟିପିସି, କଣିହାଁ ପ୍ରକଳ୍ପରେ ସ୍ଥାୟୀ କର୍ମଚାରୀ ଥିବା ଜଣାପଡିଥିଲା । ଘଟଣା ପ୍ରଘଟ ପରେ ଖବର ଦିଆଯାଇଥିଲା ସଂପୃକ୍ତ କର୍ମଚାରୀ ଜଣଙ୍କୁ, ତୁରନ୍ତ ଆସି ୨ଲକ୍ଷ ଟଙ୍କା ଦେଇ ସମାଧାନ କର ନଚେତ୍ ଥାନରେ ଜଣାଇବା ପାଇଁ କିଛି ବ୍ୟବସାୟୀ ଜିଦ୍ ଧରିଥିଲେ । କିନ୍ତୁ ଘଟଣା ସମ୍ପର୍କେ ଥାନାରେ ଅଭିଯୋଗ ନକରି ପାଉଡର ଚୋରକୁ ଡକାଇ ଚାଲିଲା ମୁଲ ଚାଲ । ଶେଷରେ କର୍ମଚାରୀ ଜଣକ ୪୫ ହଜାର ଟଙ୍କା ତଣ୍ଡ ଗଣିଲା ପରେ ଘଟଣାରେ ପୁର୍ନଛେଦ ପଡିଥିବା ଜଣାପଡିଛି । ତେବେ ରାଷ୍ଟ୍ରାୟତ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା ପ୍ରକଟ ପାଇଛି ।

Related posts

ସମ୍ବଲପୁର ମେମୁ ପାସେଞ୍ଜର ଟ୍ରେନ୍‌ ଲାଇନଚ୍ୟୁତ

mahabharatanews

ଓଡ଼ିଶାକୁ ହଇରାଣ କରିବାକୁ ଦିଦିଙ୍କ ନୂଆ ଚାଲ୍, ଆଳୁ ଟ୍ରକ୍ ଜଗିବାକୁ ଲଗାଇଲେ ସିସିଟିଭି

mahabharatanews

ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ

mahabharatanews