ଅପରାଧ

ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ

(ମହାଭାରତ, ଭଣ୍ଡାରିପୋଖରୀ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବସଷ୍ଟାଣ୍ଡ ନିକଟରେ ଥିବା କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି ଉଦ୍ୟମ ବିଫଳ ହୋଇଛି । ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତି ସାଢେ ୧୨ଟାରୁ ୧ଟା ମଧ୍ୟରେ ଗ୍ୟାସ କଟର ଦ୍ୱାରା ଗ୍ରୀଲ ଭାଙ୍ଗି ବ୍ୟାଙ୍କରେ ୨ଟି ଗାତ କରି ଡକାୟତମାନେ ପ୍ରବେଶ କରିଥିଲେ । ମାତ୍ର ବ୍ୟାଙ୍କରୁ ଚୋରି କରିବାରେ ଡକାୟତମାନେ ବିଫଳ ହୋଇଛନ୍ତି ବୋଲି ବ୍ୟାଙ୍କ ମ୍ୟାନେଜର ସଙ୍ଗୀତା ବିଶ୍ୱାଳଙ୍କ କହିଛନ୍ତି । ବ୍ୟାଙ୍କର ସମସ୍ତ ଲକର ସୁରକ୍ଷିତ ଥିବାରୁ ଚୋରି ଉଦ୍ୟମ ବିଫଳ ହୋଇଛି ବୋଲି ସେ ଜଣାଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ ସହ ତଦନ୍ତ କରିବା ପରେ କିଛି ବ୍ୟାଙ୍କ କର୍ମଚାରୀଙ୍କ ଏଥିରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରୁଛି । ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ଛାନଭିନ ଜାରି ରଖିଛି ।

Related posts

ଲକ୍ଷୀପୁର ଖେରିରେ ଅଭାବନୀୟ ଘଟଣା

mahabharatanews

ପୋଲିସ ଏସ୍‌ଆଇ ପରୀକ୍ଷା ମହାଦୁର୍ନୀତି ଘଟଣାର ତଦନ୍ତ ପାଇଁ ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ସିବିଆଇଟିମ୍‌

mahabharatanews

ଚେନ ଲୁଟିବାକୁ ଯାଇ ନିର୍ଧୁମ ଛେଚା ଖାଇଲେ ଲୁଟେରା

mahabharatanews