ଓଡିଶା

ଧାନ ଫସଲରେ ନିଆଁ, କ୍ଷତିପୁରଣ ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

(ମହାଭାରତ, ଆଠଗଡ): ଆଠଗଡ ରଘୁନାଥପୁର ନୟା ଗହୀରରେ ଏକ ଅଘଟଣ ଘଟିଛି । ଏଠାରେ ଅଗ୍ନିକାଣ୍ଡ ଘଟି ପ୍ରଚୁର ଧାନ ଫସଲ ନଷ୍ଟ ହୋଇଛି । ଏହା ସହ ଚାଷ ଜମିରେ ପଡି ରହିଥିବା ନଡା ଏବଂ ପାଳ ପୋଡି ଭସ୍ମୀଭୁତ ହୋଇଛି । ସୂଚନା ଅନୁଯାୟୀ, ଶନିବାର ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଥିଲା । କୌଣସି ଏକ ଦୁର୍ବୃତ୍ତ ଏପରି କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଅଗ୍ନିକାଣ୍ଡ ବିଷୟରେ ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ ଚାଷୀମାନଙ୍କ ବର୍ଷକର ଝାଳ ବୁହା ପରିଶ୍ରମ ପୋଡି ଛାରଖାର ହୋଇଯାଇଛି । ଏହାକୁ ନେଇ କ୍ଷତିପୁରଣ ଦାବିରେ ଚାଷୀମାନେ ପୁରୁଣା କଟକ-ସମ୍ବଲପୁର ରାସ୍ତାକୁ କିଛି ସମୟ ପାଇଁ ଅବରୋଧ କରିଥିଲେ । ପରେ ସ୍ଥାନୀୟ ସରପଞ୍ଚ ଆସି ବୁଝା ସୁଝା କରିବା ପରେ ରାସ୍ତା ରୋକ ହଟିଥିଲା ।

Related posts

ଧବଳେଶ୍ୱର ମନ୍ଦିରର ମୁଖ୍ୟ ଦ୍ୱାର ଭାଙ୍ଗି ଦର୍ଶନ କଲେ ଶ୍ରଦ୍ଧାଳୁ

mahabharatanews

ଜାମଦା ଥାନା ପକ୍ଷରୁ ବିଭିନ୍ନ ପ୍ରକାରର ସରବତ ବଣ୍ଟନ

mahabharatanews

ଦୁର୍ଗମ ଅଞ୍ଚଳର କ୍ଷତିଗ୍ରସ୍ତ ଚାଷ ଜମି ବୁଲି ଦେଖିଲେ ତହସିଲଦାର

mahabharatanews