ଓଡିଶା

କୀଟନାଶକ ଗନ୍ଧରେ ୩ ଶିଶୁଙ୍କ ମୃତ୍ୟୁ

(ମହାଭାରତ, ଦିଗପହଣ୍ଡି): ବ୍ରହ୍ମପୁର ଜିଲ୍ଲା ଦିଗପହଣ୍ଡି ବ୍ଲକ ସାନଖେମୁଣ୍ଡି ଥାନା ଅନ୍ତର୍ଗତ ମାଟିଆ ବୋରା ଗାଁରେ ଗତ ଶନିବାର ଅଭାବନୀୟ ଘଟଣା ଘଟିଛି । ଚାଉଳ ପୋକ ମରା କୀଟନାଶକ ଗନ୍ଧରେ ଏଠାରେ ୩ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସମ୍ପର୍କରେ ଏହି ୩ ଜଣ ଯାକ ଭଉଣୀ ବୋଲି ଜଣାଯାଇଛି । ସୂଚନା ଅନୁଯାୟୀ, ଏହି ବ୍ଲକ ଅନ୍ତର୍ଗତ ବି. ତୁରୁବୁଡିରେ ଶୀତ ଛୁଟି କାଟିବା ପାଇଁ ଅଜା ଘରକୁ ଏହି ୩ ଭଉଣୀ ଯାଇଥିଲେ । ଗତ ୨୫ ତାରିଖ ରାତିରେ ଶୋଇଥିବା ବେଳେ ୩ ଭଉଣୀ ଚାଉଳ ବସ୍ତାରେ ପଡିଥିବା କୀଟନାଶକ ଗନ୍ଧରେ ଅସୁସ୍ଥ ହୋଇପଡିଥିଲେ । ପ୍ରଥମେ ସେମାନଙ୍କୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ୨୬ ତାରିଖ ସକାଳେ ୭ ବର୍ଷର ମଝିଆଁ ଭଉଣୀର ପ୍ରଥମେ ମୃତ୍ୟୁ ହୋଇଥିଲା । ପରେ ୬ ବର୍ଷର ସାନ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଶନିବାର ବଡ ଭଉଣୀର ମୃତ୍ୟୁ ହୋଇଛି ।

Related posts

ଦୈନିକ ୧୫ ହଜାର ପରୀକ୍ଷା ହେବ, ସୁରତରୁ ଟ୍ରେନରେ ଫେରିବେ ପ୍ରବାସୀ ଓଡିଆ

mahabharatanews

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

mahabharatanews

ଚାଷୀଙ୍କୁ ଦଳିଲା ହାତୀ

mahabharatanews