Uncategorized

ଦିଲ୍ଲୀ ସିଏଏ ହିଂସାର ଏସଆଇଟି ତଦନ୍ତ ବିିକ୍ଷୋଭରେ ସାମିଲ ଥିଲେ ବାହାର ଲୋକ, ୬୪ ଗିରଫ

(ନୂଆଦିଲ୍ଲୀ): ଗତବର୍ଷ ଡିସେମ୍ବରରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀରେ କରାଯାଇଥିବା ପ୍ରଦର୍ଶନରେ ବହୁ ସଂଖ୍ୟାରେ ବାହାର ଲୋକ ସାମିଲ ଥିବା ଜଣାପଡିଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ ତଦନ୍ତକାରୀ ଟିମ୍ (ଏସଆଇଟି) ମାମଲାର ପ୍ରାରମ୍ଭିକ ଯାଞ୍ଚରେ ଏହା ଜାଣିବାକୁ ପାଇଛି । ହିଂସାକୁ ନେଇ ଏଯାଏ ହୋଇଥିବା ତଦନ୍ତ ସମ୍ପର୍କରେ କିଛି ତଥ୍ୟ ଏସଆଇଟିର ହସ୍ତଗତ ହୋଇଛି । ବୁଧବାର ଦିଲ୍ଲୀରେ ହୋଇଥିବା ବୈଠକରେ ଏସଆଇଟି ଏହି ସୂଚନା ଦେଇଛି ।

ଏହା ବ୍ୟତୀତ ରୁଜୁ ହୋଇଥିବା ମାମଲା ଗୁଡିକର ଫାଇଲଗୁଡିକୁ ମଧ୍ୟ ଏସଆଇଟିର ଟିମ୍ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଏହି ଟିମଗୁଡିକ ମାମଲାଗୁଡିକୁ ଅଧ୍ୟୟନ କରୁଛନ୍ତି । ହିଂସା ସମୟରେ ଦିଲ୍ଲୀରେ ସକ୍ରିୟ ଥିବା ଭିଡିଓ ଫୁଟେଜକୁ ଅପେକ୍ଷା କରାଯାଇଛି । ଆଗାମୀ ପର୍ଯ୍ୟାୟରେ ଏହାର ତଦନ୍ତ ହେବ ବୋଲି ଜଣାପଡିଛି । ଦିଲ୍ଲୀରେ ଡିସେମ୍ବର ୧୩ରୁ ୨୦ ମଧ୍ୟରେ ସିଏଏକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ବେଳେ ହୋଇଥିବା ହିଂସାକୁ ନେଇ ୧୦ଟି ମାମଲା ରୁଜୁ ହୋଇଛି । ଏଥିରେ ସାମିଲ ହୋଇଥିବା ଅଧିକାଂଶ ଲୋକ ବାହାରୁ ଆସିଥିବା ଏସଆଇଟିକୁ ସୂଚନା ମିଳିଛି । ତେବେ ରୁଜୁ ହୋଇଥିବା ୧୦ଟି ମାମଲାରେ ଗିରଫ ହୋଇଥିବା ୬୪ ଜଣଙ୍କ ମଧ୍ୟରୁ କିଛି ଲୋକ ବାହାରୁ ଆସିଥିଲେ ବୋଲି ଏସଆଇଟିର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ସୂଚନାଯୋଗ୍ୟ, ଏହି ହିଂସାକାଣ୍ଡରେ ୧୦୦ ଲୋକ ଆହତ ହୋଇଥିଲେ ।

Related posts

ଦୁଇ ଦିନ ଯାଏଁ ବିଭିନ୍ନ ସ୍ଥାନରେ ପ୍ରବଳ ଝଡବର୍ଷା, ବଜ୍ରପାତ ଆଶଙ୍କା

mahabharatanews

ଭ୍ୟାକ୍ସିନ ନ ବାହାରିବା ପର୍ଯ୍ୟନ୍ତ ଆମକୁ ସତର୍କ ରହିବାକୁ ହେବ: ମୋଦି

mahabharatanews

୨ ଆତଙ୍କୀଙ୍କୁ ଢେର କଲା ସୋପର ପୋଲିସ

mahabharatanews