ଓଡିଶା

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣି ରାହୁଲ ଗାନ୍ଧୀଙ୍କ ବିଷୟରେ ଏକ ବିବାଦୀୟ ଟିପ୍ପଣୀ ଦେଇଛନ୍ତି । କଂଗ୍ରେସ ସେବାଦଳର ପୁସ୍ତକରେ ନାଥୁରାମ ଗଡସେ ଓ ସାବରକରଙ୍କ ମଧ୍ୟରେ ସମଲୈଙ୍ଗିକ ସମ୍ପର୍କ ଥିବା ଦାବି କରାଯାଇଛି । ଏହାକୁ ନେଇ ସ୍ୱାମୀ ଚକ୍ରପାଣି କହିଥିଲେ, ସାବରକରଙ୍କ ବିଷୟରେ ଏହା ଏକ ହାସ୍ୟସ୍ପଦ ଆରୋପ । ଆମେ ମଧ୍ୟ ଶୁଣିଛୁ, ରାହୁଲ ଗାନ୍ଧୀ ସମଲୈଙ୍ଗିକ । ବାସ୍ତବରେ, ମଧ୍ୟପ୍ରଦେଶରେ କଂଗ୍ରେସ ସେବାଦଳ ପୁସ୍ତକରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା, ନାଥୁର।।ମ ଗଡସେ ଓ ବିଡି ସାବରକରଙ୍କ ନାମ ଉଲ୍ଲେଖ ରହିଛି । ଏଥିସହ ପୁସ୍ତକରେ ଉଭୟ ସାବରକର ଓ ନାଥୁରାମଙ୍କ ମଧ୍ୟରେ ସମଲୈଙ୍ଗିକ ସମ୍ପର୍କ ଥିବାର ଉଲ୍ଲେଖ ରହିଛି ।

Related posts

ଶାଳୀନତା ପୋଷାକ ପ୍ରସଙ୍ଗ; ଶ୍ରୀମନ୍ଦିରରେ ନିୟମ କଡ଼ାକଡ଼ି

mahabharatanews

କୁଡୁମୁଲୁଗୁମ୍ମା ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ

mahabharatanews

କୋଇଲା ବୋଝେଇ ଟ୍ରେନରେ ଅଗ୍ନିକାଣ୍ଡ

mahabharatanews