Uncategorized

ବେଆଇନ ଅସ୍ତ୍ର ନିର୍ମାଣ ଠିକଣା ଉପରେ ପୁଲିସ ଚଢାଉ, ୧ ଗିରଫ

କୋଲକାତା: କୋଲକାତାର ପୋର୍ଟ ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଅସ୍ତ୍ରଶସ୍ତ୍ର ଠିକଣା ଉପରେ ପୁଲିସ ଚଢାଉ କରି ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ ଅବଦୁଲ କୟ୍ୟୁମ ଓରଫ ମୁନ୍ନା । ଏକ ଛୋଟ ଟାଇଲ ଘରେ ମୁନ୍ନା କିଛି ମେସିନ ପକାଇ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଥିଲା । ଚଢାଉ ବେଳେ ପୁଲିସ ଗୋଟିଏ ୭ ଏମଏମ ପିସ୍ତଲ, ଗୋଟିଏ ପୂର୍ଣ୍ଣାଙ୍ଗ ମାଗାଜିନ, ଗୋଟିଏ ଅସମ୍ପୂୁର୍ଣ୍ଣ ମାଗାଜିନ, ଗୋଟିଏ ବ୍ୟାରେଲ, ତିନିଟି ଡ୍ରିିଲ ମେସିନ, ୬ଟି ଭିସେସ ମେସିନ, ଦୁଇଟି ହସ୍ତଚାଲିତ ଭିସା, ଷ୍ଟିଲ ଚାଦର, ଳୁହା କଣ୍ଡ, ହାତୁଡା ଆଦି ଜବତ କରିଛି ।

କାୟୁମ ବ୍ୟତୀତ ତାର ଘର ମାଲିକ ବିବାର ବାସିନ୍ଦା ମହମ୍ମଦ କାଲିମ ଓ ଅନ୍ୟମାନେ ଏହି କାମରେ ନିୟୋଜିତ ଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରିପାରି ନାହିଁ ।

Related posts

ଧାରା ୩୭୦ ଉଚ୍ଛେଦ ପରେ ଫାରୁକ, ମେହବୁବାଙ୍କ ବୈଠକ

mahabharatanews

ଡବ୍ଲୁଏଚଓରୁ ଓହରିଲା ଆମେରିକା

mahabharatanews

ପୋଲିସ ହାଜତରେ ୩ କାଶ୍ମୀର ଛାତ୍ର

mahabharatanews