Uncategorized

୨ ବହୁତଳ ଅଟ୍ଟାଳିକା ଧ୍ୱଂସ

କୋଚି: କେରଳର କୋଚିଠାରେ ନିର୍ମିତ ୪ଟି ବହୁତଳ ବିଶିଷ୍ଟ କୋଠା କୋଷ୍ଟାଲ ଜୋନ ରେଗୁଲେସନ (ସିଜେଆର) ଉଲ୍ଲଙ୍ଘନ କରିଥିବାରୁ ଶନିବାର ଦିନ ୨ଟି କୋଠାକୁ ଶନିବାର ଦିନ କଣ୍ଟ୍ରୋଲଡ୍ ଇମ୍ପେ୍ଲାସନ (ବିସ୍ଫୋରଣ) ମାଧ୍ୟମରେ ଧରାଶାୟୀ କରିଦିଆଯାଇଛି । ମେ ମାସରେ ସୁପ୍ରିମ କୋର୍ଟ ସିଜେଆର ଉଲ୍ଲଙ୍ଘନ ନେଇ କୋଠା ନିର୍ମାଣ ହୋଇଥିବାରୁ ଏହାକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ ।

୮ ଲକ୍ଷ ଫୁଟ ଜାଗାରେ ନିର୍ମିତ ମରାଦୁ କୋଠା ପରିସରର ଦୁଇଟି ଅଟ୍ଟାଳିକାକୁ ବିସ୍ଫୋରକ ସହାୟତାରେ ଧ୍ୱଂସ କରାଯାଇଛି । ପ୍ରଥମ ଅଟ୍ଟାଳିକାଟି ହେଉଛି ଏଚ-୨୦ ହୋଲି ଫେଥ କମ୍ପେ୍ଲକ୍ସ । ୧୯ ମହଲାର ଏହି ବିରାଟକାୟ କୋଠାରେ ୯୧ଟି ଆପାର୍ଟମେଣ୍ଟ ଥିଲା । କୋଠା ଧ୍ୱଂସ ହେବା ପରେ ଏହାର କିଛି ଆଂଶ ନିକଟ ଜଳାଶୟରେ ପଡିଥିବା ବେଳେ ଭୂଇଁ ଉପରେ ୫ ମହଲା କୋଠାର ଭଗ୍ନାବଶେଷ ଗଦା ହୋଇ ରହିଛି ।

ଶନିବାର ପୂର୍ବାହ୍ନ ୧୧ଟାରେ ୨୧୨.୪ କିଲୋଗ୍ରାମର ବିସ୍ଫୋରକ ସାହାଯ୍ୟରେ କୋଠାକୁ ଭାଙ୍ଗାଯାଇଥିଲା । ଏହି ବିସ୍ଫୋରକକୁ ଅଟ୍ଟାଳିକାର ୧୪୭୧ଟି ଗାତ କରି ଭର୍ତ୍ତି କରାଯାଇଥିଲା । ସେହିପରି ଆଲଫା ସିରିନ ଅଟ୍ଟାଳିକାଟି ପ୍ରଥମ କୋଠାଠାରୁ ମାତ୍ର ୮୦୦ ମିଟର ଦୂରରେ ଥିଲା । ୧୭ ମହଲାର ଏହି ଅଟ୍ଟାଳିକାରେ ୬୭ଟି ଫ୍ଲାଟ ଘର ରହିଥିଲା । ସୁପ୍ରିମ କୋର୍ଟରେ ନିର୍ଦ୍ଦେଶରେ ଆଜି ଦୁଇଟି ଅଟ୍ଟାଳିକା ଭଙ୍ଗାଯାଇଥିବା ବେଳେ ରବିବାର ଦିନ ବାକି ଦୁଇଟିକୁ ଭଙ୍ଗାଯିବାର କାର୍ଯ୍ୟକ୍ରମ ରହିଛି । ଏହା ଭ।।ରତର ବୃହତ୍ ଉଚ୍ଛେଦ ଅଭିଯାନର ଅନ୍ୟତମ ଘଟଣା ।

Related posts

ମହାରାଷ୍ଟ୍ର: ୨୪ ଘଣ୍ଟାରେ ୮୭ ପୁଲିସ କରୋନା ଆକ୍ରାନ୍ତ

mahabharatanews

ଶ୍ରୀନଗରରେ ଯବାନଙ୍କ ଉପରେ ଗ୍ରେନେଡ ମାଡ଼, ୨ ଗୁରୁତର

mahabharatanews

୩୦ହଜାର ସ୍ୱେଚ୍ଛାସେବୀ ପଶ୍ଚିମ ବଙ୍ଗରେ ସିଏଏ ସଚେତନତା କରିବେ

mahabharatanews