Uncategorized

ତରଣଜୀତ ସିଂହ ସନ୍ଧୁ ଆମେରିକାକୁ ସମ୍ଭାଳିବେ

ନୂଆଦିଲ୍ଲୀ: ତରଣଜୀତ ସିଂହ ସନ୍ଧୁଙ୍କୁ ଆମେରିକାସ୍ଥିତ ଭାରତୀୟ ଦୂତାବାସରେ ନୂଆ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି । ସେ ବର୍ତ୍ତମାନ ଶ୍ରୀଲଙ୍କାରେ ଭାରତର ରାଷ୍ଟ୍ରଦୂତ ଭାବେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନର ଆମେରିକାରେ ଥିବା ଭାରତୀୟ ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଂଗଲାଙ୍କ ସ୍ଥାନରେ ତରଣଜୀତ ନିଯୁକ୍ତି ପାଇଛନ୍ତି । ହର୍ଷବର୍ଦ୍ଧନଙ୍କୁ ଇତି ମଧ୍ୟରେ ନୂତନ ବିଦେଶ ସଚିବ ଭାବେ ନିଯୁକ୍ତ କରାଯାଇଛି । ଶ୍ରୀଲଙ୍କାରେ କାର୍ଯ୍ୟ କରିବା ପୂର୍ବରୁ ତରଣଜୀତ ୱାସିଂଟନ ସ୍ଥିତ ଭାରତୀୟ ଦୂତାବାସରେ ଉପ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବା ସହ ୨୦୧୧ ସେପ୍ଟେମ୍ବରରୁ ୨୦୧୩ ଜୁଲାଇ ପର୍ଯ୍ୟନ୍ତ ଫ୍ରାଙ୍କଫର୍ଟରେ ମହାବାଣିଜ୍ୟ ଦୂତ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ସନ୍ଧୁ ମାନବ ସଂଶାଧନ ମନ୍ତ୍ରାଳୟରେ ଯୁଗ୍ମ ସଚିବ ଏବଂ ୨୦୦୫ରୁ ୨୦୦୯ ଯାଏଁ ଜାତିସଂଘରେ ଭାରତର ସ୍ଥାୟୀ ମିଶନରେ କାର୍ଯ୍ୟ କରିଥିଲେ ।

Related posts

୧୮ ହାତୀଙ୍କ ମୃତଦେହ ଠାବ: କାରଣ ଅସ୍ପଷ୍ଟ

mahabharatanews

୧୨ ଚକିଆ ଟ୍ରକ ସହ ବାଇକ ଧକ୍କା, ଦୁର୍ଘଟଣାରେ ବାଇକ ଆରୋହିଙ୍କ ମୃତ୍ୟୁ

mahabharatanews

ସିନଜିଆଙ୍ଗ ଅଞ୍ଚଳରେ ସଂଖ୍ୟାଲଘୁଙ୍କ ମାନବାଧିକାର ଉଲଂଘନ ନେଇ ୟୁଏନର ଚେତାବନୀ

mahabharatanews