ଖେଳ

କ୍ରିକେଟ ଖେଳିଲେ ବୋବଡେ

(ନାଗପୁର): ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେ ଖେଳିଛନ୍ତି । ରବିବାର ନାଗପୁର ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚର ଆୟୋଜନ ହୋଇଥିଲା । ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଅନୁଷ୍ଠିତ ଏକ କ୍ରିକେଟ ମ୍ୟାଚରେ ସେ ବ୍ୟାଟିଂ କରି ନିଜ ଟିମ ପାଇଁ ୧୮ ରନ କରିଥିଲେ । ଏହି ମ୍ୟାଚରେ ଜଜ ଓ ବରିଷ୍ଠ ଆଇନଜୀବିମାନେ ସାମିଲ ହୋଇଥିଲେ । ନାଗପୁର ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ପ୍ରତିବର୍ଷ ଏଭଳି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚର ଆୟୋଜନ ହୋଇଥାଏ । ଚଳିତବର୍ଷ ପ୍ରଧାନ ବିଚାରପତି ବୋବଡେ ଏଥିରେ ଅଂଶଗ୍ରହଣ କରିଥିଲେ । ସେ ବ୍ୟାଟିଂ କରି ୩୦ଟି ବଲରେ ୧୮ ରନ କରିଥିଲେ । ଏଥିରେ ୩ଟି ଚୌକା ମଧ୍ୟ ସାମିଲ ଥିଲା । ତାଙ୍କ ବ୍ୟତୀତ ସୁପ୍ରିମକୋର୍ଟ ଜଜ ଭୂଷଣ ରାମକୃଷ୍ଣ ଗଭଇ, ମୁମ୍ବାଇ ହାଇକୋର୍ଟର ନାଗପୁର ବେଞ୍ଚର ବିଚାରପତି ରବି ଦେଶପାଣ୍ଡେ ଓ ଅନ୍ୟ ଜଜ୍ ତଥା ବରିଷ୍ଠ ଆଇନଜୀବିମାନେ ମ୍ୟାଚରେ ଅଂଶଗ୍ରହଣ କରିଥିଲେ । ମ୍ୟାଚ ଶେଷ ହେବା ପରେ ପ୍ରଧାନ ବିଚାରପତି ବୋବଡେ ନାଗପୁର ହାଇକୋର୍ଟ ବାର ଆସୋସିଏସନକୁ ଧନ୍ୟବାଦ ଜଣାଇଥିଲେ ।

Related posts

ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ODI ସିରିଜ୍‌ରୁ ଆଉଟ୍ ଋଷଭ ପନ୍ତ

mahabharatanews

ଫିଫା ଅଣ୍ଡର 17 ମହିଳା ବିଶ୍ବକପ

mahabharatanews

ପଞ୍ଜାବ କିଙ୍ଗ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ କଡ୍ଡା ଟକ୍କର

mahabharatanews