Uncategorized

ସାଧାରଣତନ୍ତ୍ର ଦିବସ ପାଇଁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥା କଡା

ଶ୍ରୀନଗର: ସାଧାରଣତନ୍ତ୍ର ଦିବସ ପାଳନ ପୂର୍ବରୁ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ଏଠାରେ ସୁରକ୍ଷା ବଳ ଉପରକୁ ହେଉଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇକୌଣସି କୋହଳ କରିବାକୁ ଚାହୁଁ ନାହିଁ । ଶ୍ରୀନଗରର ବିଭିନ୍ନ ସ୍ଥାନରେ ଚେକ ପଏଣ୍ଟ କରାଯିବା ସହ ତଲାସୀକୁ ବଢାଇ ଦିଆଯାଇଛି । ପୁଲିସ ବିଭିନ୍ନ ସ୍ଥାନରେ ଗାଡି ମଟର ଯାଞ୍ଚ କରାଯାଉଥଥିବା ଦେଖିବାକୁ ମଳିଛି ।
ରାଜ୍ୟରେ ସ୍ୱତନ୍ତ୍ରତା ଦିବସର କାର୍ଯ୍ୟକ୍ରମରେ ଉପରାଜ୍ୟପାଳ ଜି ସି ମୁର୍ମୁ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସେରେ କାଶ୍ମୀର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହା ବ୍ୟତୀତ ଏହି ଦିନରେ ସମସ୍ତ ଜିଲ୍ଲାର ମୁଖ୍ୟାଳୟରେ ମଧ୍ୟ ଏହାର ଆୟୋଜନ ହେବ ।
ସୂଚନା ଯୋଗ୍ୟ, ଗତ ସପ୍ତାହରେ ଜାମ୍ମୁ କାଶ୍ମୀର ପୁଲିସ ଶ୍ରୀନଗରରେ ଏକ ଆତଙ୍କବାଦୀ ଆଡ୍ଡାର ଠାବ କରି ୫ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ଏମାନେ ଜାମ୍ମୁରେ ଏକ ଆତଙ୍କବାଦୀ ଆକ୍ରମଣର ଷଡଯନ୍ତ୍ର ରଚୁଥିଲେ ବୋଲି କାଶ୍ମୀର ସେଣ୍ଟ୍ରାଲର ପୁଲିସ ଡିଆଇଜି କହିଥିଲେ । ସେମାନେ ଶ୍ରୀନଗରରେ ସଂଗଠିତ ବିଭିନ୍ନ ଗ୍ରାନାଇଟ ଆକ୍ରମଣ ମଧ୍ୟ କରିଥିଲେ । ଜାନୁଆରୀ ୮ରେ ହାବାକରେ ହେ।।ଇଥିବା ଗ୍ରାନାଇଟ ଆକ୍ରମଣ ହୋଇଥିବା ବେଳେ ସାର ସେଦ ଗେଟ ନିକଟରେ ଦ୍ୱିତୀୟ ଆକ୍ରମଣ ହୋଇଥିଲା ।

Related posts

ପୁଣି ଚୀନ୍ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି

mahabharatanews

ଆମେରିକାରେ କରୋନା ସଂକ୍ରମଣ ୭ଲକ୍ଷ ୫୯ ହଜାର ୬୮୭, ମୃତ୍ୟୁ ୪୦ ହଜାର ୬୮୨

mahabharatanews

ଦେଶରେ ଗତ ୨୪ ଘଣ୍ଟାରେ ୫୫ ହଜାର ୮୩୮ ସଂକ୍ରମିତ ଚିହ୍ନଟ

mahabharatanews