ଓଡିଶା

ଏସିବି ପୁନର୍ବିନ୍ୟାସ , ଥଇଥାନ ପ୍ୟାକେଜକୁ ମଞ୍ଜୁରୀ

( କଟକ ): ଏସସିବିର ହେବ ନବକଳେବର। ଏଥିପାଇଁ ଥଇଥାନ ଓ ସହାୟତା ପ୍ୟାକେଜ କୁ ମଞ୍ଜୁରୀ ମିଳିଛି। ରାଜ୍ୟର ପ୍ରମୁଖ ଚିକିତ୍ସାସେବା ଅନୁଷ୍ଠାନ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ର ପୁନର୍ବିନ୍ୟାସ କରି ଏହାକୁ ଏକ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରତିଷ୍ଠାନ ଭାବରେ ବିକଶିତ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏହାର ସଂପ୍ରସାରଣ କରି ଏହାକୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଓ ଗବେଷଣା ସୁବିଧା ସହିତ ୩୦୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସା ପ୍ରତିଷ୍ଠାନ ଭାବରେ ଗଢ଼ିବାର କାର୍ୟ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ। ସ୍ଥାୟୀ ଘର, ଦୋକାନ, ଅନଧିକୃତ ଘର, ଉଠାଦୋକାନୀଙ୍କ ପାଇଁ ପ୍ୟାକେଜ ଘୋଷଣା କରାଯାଇଛି। ଜମି ମାଲିକଙ୍କ ଠାରୁ ସରକାରୀ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ କରାଯିବ। ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ ମିଳିବ କ୍ଷତିପୂରଣ ବୋଲି ସୂଚନା ମିଳିଛି।
ସୂଚନାନୁଯାୟୀ, ଜମି, ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ଲକ୍ଷ ସହାୟତା ମିଳିବ। ଅନଧିକୃତ ବାସଗୃହ କ୍ଷତିଗ୍ରସ୍ତଙ୍କ ପାଇଁ ଏକକାଳୀନ ମିଳିବ ୫୦ ହଜାର। ପ୍ରତି ପରିବାର ପାଇଁ ୧୫ଞ୍ଚ୧୫ ପ୍ଲଟରେ ଅସ୍ଥାୟୀ ଗୃହନିର୍ମାଣ ଲାଇସେନ୍ସ। ଅସ୍ଥାୟୀ ଆବାସସ୍ଥଳୀରେ ଆଶ୍ରିତ ଲୋକଙ୍କୁ ୮ଦିନ ଖାଦ୍ୟ ମିଳିବ। ସ୍ଥାନାନ୍ତର ଲୋକଙ୍କ ପାଇଁ ମହାନଗର ନିଗମ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯିବ। ସିଏମସି ରେଜଷ୍ଟ୍ରୀଭୁକ୍ତ ଦୋକାନୀଙ୍କୁ ଏକକାଳୀନ ମିଳିବ ଏକ ଲକ୍ଷ ଟଙ୍କା। ସ୍ଥିତିବାନ୍ ସତ୍ତ୍ଵେ ଥିବା ସ୍ଥାୟୀ ଦୋକାନ ଘରକୁ ସିଧା କ୍ରୟ କରାଯିବ। ସ୍ଥାୟୀ ଦୋକାନ ପରିବହନ ବ୍ୟବସ୍ଥା ପାଇଁ ୨ଟି କିସ୍ତିରେ ମିଳିବ ଏକ ଲକ୍ଷ।

Related posts

କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର

mahabharatanews

ଟିପିଏସଏଲ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ

mahabharatanews

କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ପତି-ପତ୍ନୀ

mahabharatanews