Uncategorized

ଦିଲ୍ଲୀ ବିଧାନସଭା ନିର୍ବାଚନ: ରାଷ୍ଟ୍ରପତିଙ୍କ ସମେତ ବରିଷ୍ଠ ନେତାଙ୍କ ମତଦାନ ସାବ୍ୟସ୍ତ

(ନୂଆଦିଲ୍ଲୀ): ଦିଲ୍ଲୀ ବିଧାନସଭାର ୭୦ଟି ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଛି । ଏହି ଅବସରରେ ଦେଶର ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଗଣତନ୍ତ୍ରର ଏହି ମହାନ ପର୍ବରେ ରାଷ୍ଟ୍ରପତି କୋବିନ୍ଦ ଓ ତାଙ୍କ ପତ୍ନୀ ସବିତା କୋବିନ୍ଦ ସାମିଲ ହୋଇ ଭୋଟ ଦେଇଛନ୍ତି । ଶନିବାର ସକାଳୁ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ ମତଦାନ ପାଇଁ ଦିଲ୍ଲୀର ପ୍ରେସିଡେଣ୍ଡ ଇଷ୍ଟେଟ୍ ସ୍ଥିତ ଡା. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟ ବୁଥ୍ରେ ପହଞ୍ଚିଥିଲେ । ସେଠାରେ ସ୍ୱତନ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ଉଭୟ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ରାଷ୍ଟ୍ରପତିଙ୍କ ବ୍ୟତୀତ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଔରଙ୍ଗଜେବ ରୋଡରେ ଥିବା ବୁଥରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି । ଇତିମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖର୍ଜୀ ମତଦାନ ପାଇଁ କାମରାଜ ଲେନ୍ର ଏକ ବୁଥ୍ରେ ପହଞ୍ଚି ଭୋଟ୍ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ତାଙ୍କ ପତ୍ନୀ ମଧ୍ୟ ଦିଲ୍ଲୀର ପରବର୍ତ୍ତି ସରକାର ପାଇଁ ଭୋଟ୍ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ନିର୍ମାଣ ଭବନ ପୁଲିଂ ବୁଥରେ ପହଞ୍ଚି ମତଦାନ କରିଥିଲେ । ସେହିପରି ନିର୍ମାଣ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ମଧ୍ୟ ଭୋଟ୍ ଦେଇଛନ୍ତି । ଔରଙ୍ଗଜେବ ରୋଡରେ ଥିବା ପୁଲିଂ ବୁଥରେ ବିଜେପିର ଭେଟେରାନ ନେତା ଏଲକେ ଆଡଭାନୀ ତାଙ୍କ ଝିଅ ପ୍ରତିଭା ଆଡଭାନୀଙ୍କ ସହ ପହଞ୍ଚି ମତଦାନ କରିଛନ୍ତି ।

Related posts

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews

ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଗାଡିରେ ରଖନ୍ତୁ ପିରାମିଡ

mahabharatanews

କରୋନା ଚିକିତ୍ସାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ  ଉପକାର ନାହିଁ

mahabharatanews