ଓଡିଶା

ବିଚାରାଧୀନ କଏଦୀଙ୍କ ମୃତ୍ୟୁ

(ମହାଭାରତ, ନବରଙ୍ଗପୁର): ନବରଙ୍ଗପୁର ଉପ କାରାଗାରର ବିଚାରାଧୀନ ଥିବା ଜଣେ କଏଦୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କୋରାପୁଟ ଜିଲ୍ଲା ପାଡୁଆ ଥାନା ଅନ୍ତର୍ଗତ ସଭାପୁଟ ଗାଁର ପୁରସତୀ ଖଡା ବୋଲି ଜଣାପଡିଛି । ସେ ଯକୃତ ରୋଗରେ ପୀଡିତ ହୋଇ ଗତ ୩ ତାରିଖରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଗତ ରବିବାର ମେଡିକାଲରେ ତାଙ୍କର ଅବସ୍ଥା ଗୁରୁତର ହେବା ପରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ତାଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି ।

Related posts

କୋଲୱାସରୀ ବଦଳରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଗଣ ବିକ୍ଷୋଭ

mahabharatanews

ବଡମ୍ବା ରେଞ୍ଜରେ ଚିକିତ୍ସିତ ହାତୀ ଛୁଆର ମୃତ୍ୟୁ

mahabharatanews

ଓଡିଶାରେ ବିଶାଳ ନିର୍ବାଚନ ରାଲିକୁ ସମ୍ବୋଧନ କରୁଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହା

mahabharatanews