Uncategorized

କୋର୍ଟରୁମରେ ବେହୋସ ହେଲେ ଜଷ୍ଟିସ ଭାନୁମତି

(ନୂଆଦିଲ୍ଲୀ): ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବାକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଏହି ସମୟରେ କୋର୍ଟରୁମ ଭିତରେ ଶୁଣାଣି କରୁଥିବା ଖଣ୍ଡପୀଠର ଜଷ୍ଟିସ ଆର ଭାନୁମତି ବେହୋସ ହୋଇଯାଇଥିବା ଜଣାପଡିଛି । ଏହାପରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ସେ ଅଚେତ ହୋଇଯିବା ପରେ ତାଙ୍କୁ ତାଙ୍କ ଚାମ୍ବରକୁ ନିଆଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ସେ ସୁସ୍ଥ ହୋଇଥିବା ଜଣାପଡିଛି । ତେବେ ଜଷ୍ଟିସ ଭାନୁମତିଙ୍କୁ ଜ୍ୱର ହୋଇଥିବାରୁ ଏଭଳି ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି । ଏବେ ତାଙ୍କର ଚିକିତ୍ସା ଚାଲୁଥିବା ବେଳେ ମାମଲାର ଶୁଣାଣି ପରେ ତାଙ୍କ ଚାମ୍ବରରେ ହେବ ବୋଲି ସୂଚନା ମିଳିଛି । ସୂଚନାଯୋଗ୍ୟ, ୨୦୧୨ର ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ୨ ଥର ଡେଥ୍ ୱାରେଣ୍ଟ ଜାରି ହୋଇଥିବା ବେଳୈ କେତେକ ନ୍ୟାୟିକ ବ୍ୟବସ୍ଥା ଦୃଷ୍ଟିରୁ ସେମାନଙ୍କୁ ଫାଶି ଦିଆଯାଇ ପାରି ନାହିଁ । ଅନ୍ୟପଟେ ଯେଉଁ ଦୋଷୀମାନଙ୍କର ନ୍ୟାୟିକ ବ୍ୟବସ୍ଥା ସରିଛି ସେମାନଙ୍କୁ ଡେଥ୍ ୱାରେଣ୍ଟ ଜାରି କରି ଅଲଗା ଅଲଗା ଫାଶୀ ଦିଆଯାଉ ବୋଲି କେନ୍ଦ୍ର ସରକାର କହିଥିଲେ । ଯାହାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା ।

Related posts

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

୧ ମେ’ରୁ ମହାରାଷ୍ଟ୍ରରେ ଏନପିଆର ଲାଗୁ ହେବ

mahabharatanews

ମୋଦିଙ୍କ ସିଏଏ ସମର୍ଥନ ଅଭିଯାନକୁ ବିରୋଧ

mahabharatanews