ଓଡିଶା

ନଦୀରେ ଭାସୁଛି ଅଚିହ୍ନା ଯୁବକଙ୍କ ଶବ; ହତ୍ୟା ସନ୍ଦେହ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ଗ୍ରାମପଞ୍ଚାୟତ ବାଲିଗଡ଼ା ଠାରେ ଚିତ୍ରୋତ୍ପଳା ନଦୀରେ ଜଣେ ଅଚିହ୍ନା ଯୁବକଙ୍କ ଶବ ଭାସୁଥିବା ଘଟଣାଟି ସାଧାରଣରେ ଆତଙ୍କ ଖେଳାଇଦେଇଛି । ସମ୍ପୃକ୍ତ ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ନଦୀରେ ଭସାଇ ଦିଆଯାଇଥିବାର ସନ୍ଦେହ କରାଯାଉଛି । ଆଜି ସନ୍ଧ୍ୟାରେ ସ୍ଥାନୀୟ ଅଞ୍ଚଳର କେତେକ ବ୍ୟକ୍ତି ନଦୀପଠାକୁ ଯାଇଥିଲା ବେଳେ ନଦୀରେ ଏକ ଅଚିହ୍ନା ଯୁବକଙ୍କ ଶବ ଭାସୁଥିବାର ଦେଖିବାକୁ ପାଇଥିଲେ । ଏହି ଘଟଣା ପ୍ରଚାରିତ ହେବା କ୍ଷଣୀ ଘଟଣା ସ୍ଥଳକୁ ଲୋକଙ୍କ ସୁଅ ଛୁଟିଥିଲା । ତେବେ ଏହି ଯୁବକ ଜଣକ ବୟସ ୨୨ ରୁ ୨୫ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି । ଯୁବକ ଜଣକ ପ୍ୟାଣ୍ଟ, ସାର୍ଟ ପିନ୍ଧିଥିଲା ବେଳେ ତାଙ୍କ ଦେହର ବିଭିନ୍ନ ସ୍ଥାନରେ କ୍ଷତସ୍ଥାନ ଥିବାର ଜଣାଯାଇଛି । ତେବେ ଏହି ଯୁବକକୁ କେହି ହତ୍ୟା କରି ନଦୀରେ ଭସାଇଦେଇଥିବାର ସନ୍ଦେହ କରାଯାଉଛି ।

Related posts

ଆଜିଠାରୁ ବରଗଡ଼ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

mahabharatanews

କରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ

mahabharatanews

ଯୋଡ଼ାରେ ୧୪୪ ଧାରା ଜାରି

mahabharatanews