ଓଡିଶା

ପୋଲିସ ସହାୟତା କେନ୍ଦ୍ର ଉଦଘାଟିତ

(ମହାଭାରତ, ସୋନପୁର): ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ନୂତନ ପୋଲିସ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ ଏହାର ଉଦ୍ଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ ଡ଼. ଦିଲ୍ଲୀପ ପଣ୍ଡା, ଏସଡିପିଓ ମିହିର ପଣ୍ଡା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଭିନ୍ନ ସମୟରେ ଡାକ୍ତରମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ରୋଗୀଙ୍କ ସମ୍ପର୍କିୟମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏହା ସହାୟକ ହେବ ବୋଲି ଏସପି କହିଛନ୍ତି । ଏହି ପୋଲିସ ସହାୟତା କେନ୍ଦ୍ରରେ ଜଣେ ଏଏସଆଇ, ଚାରି ଜଣ କନଷ୍ଟେବଲ ଓ ଚାରି ଜଣ ହୋମଗାର୍ଡ ଦାୟିତ୍ୱରେ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।

Related posts

ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ

mahabharatanews

ବେକାବୁ ଡେଙ୍ଗୁ ଆତଙ୍କ; ରାଜଧାନୀରେ ହଜାରେ ପାର 

mahabharatanews

କଙ୍କରୋଡା ସାଇନ୍ସ କଲେଜ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା

mahabharatanews