Uncategorized

ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କୁ ବଣ୍ଟାଯାଉଛି ସାନିଟାଇଜର

ମୁମ୍ବାଇ: ଦେଶରେ କୋରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ମୁମ୍ବାଇର ସିଦ୍ଧିବିନାୟକ ଗନପତି ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ମନ୍ଦିର ପକ୍ଷରୁ ନିରାପତା ପାଇଁ ସାନିଟାଇଜର ଯୋଗାଇ ଦିଆଯାଉଛି ବୋଲି ଆଜି ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ଆଦେଶ ବନ୍ଦେକାର ସୂଚନା ଦେଇଛନ୍ତି । କୋରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଭକ୍ତମାନଙ୍କ ହାତ ଧୋଇବାକୁ ସ।ନିଟାଇଜର ଯୋଗାଇ ଦେଉଛୁ । ଏଥିସହ ସମସ୍ତଙ୍କୁ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଉଛି । ପ୍ରତ୍ୟେକ ଭକ୍ତ ମନ୍ଦିରକୁ ପ୍ରବେଶ କରିବା ସମୟରେ ସେମାନଙ୍କୁ ସାନିଯାଇଜର ଯୋଗାଇ ଦିଆଯାଉଛି ବୋଲି ଟ୍ରଷ୍ଟ ଅଧ୍ୟକ୍ଷ କହିଛନ୍ତି । ଏଥିସହ ସଂକ୍ରମଣ ରୋକିବାକୁ ମନ୍ଦିରର ଚଟାଣ ଓ ହସ୍ତ ରେଲିଂକୁ ବାରମ୍ବାର ସଫା କରାଯାଉଛି । କୋରୋନା ସଂକ୍ରମଣ ପରେ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା କମି ଯାଇଛି । ତେବେ ଯେଉଁ କେତେଜଣ ଅ।।ସୁଛନ୍ତି, ସେମାନଙ୍କ ନିମନ୍ତେ ମନ୍ଦିର ପକ୍ଷରୁ ପ୍ରତିଶେଷଧକ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ, ଦେଶରେ କୋଭିଡ-୧୯ରେ ମୋଟ ୮୩ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ଡିସେମ୍ବରରେ ସୃଷ୍ଟ ଏହି ଭୂତାଣୁରେ ବିଶ୍ୱର ପ୍ରାୟ ୧୦୦ ଦେଶର ୧୨୦୦୦୦ ଲୋକ ସଂକ୍ରମିତ ହୋଇଛି । ଏହାର ଭୟାବହତାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହାକୁ ବିଶ୍ୱ ମହାମାରୀ ଘୋଷଣ।। କରିଛି

Related posts

ଶୀଘ୍ର ରାମ ମନ୍ଦିର ନିର୍ମାଣ ଆରମ୍ଭ କରିବାକୁ ଟ୍ରଷ୍ଟ ମୁଖ୍ୟଙ୍କ ଅନୁରୋଧ

mahabharatanews

୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ଅନସାରି ପାରୋଲରେ ଆସି ନିଖୋଜ

mahabharatanews

ଏଣିକି ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହେବ ବ୍ୟାଟେରୀ ଚାଳିତ ଗାଡି

mahabharatanews