Uncategorized

ଅ।କ୍ରମଣରେ ୪ ମଣିପୁରୀ ପୁଲିସ କମାଣ୍ଡୋ ଆହତ

ଇମ୍ପାଲ: ଇଣ୍ଡୋ-ମିଆମାର ସୀମାରେ ଏକ ଗାଡିକୁ ମଣିପୁର ପୁଲିସ ଅଟକାଇବାରୁ ପୁଲିସ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ ପୁଲିସ କମାଣ୍ଡୋ ଆହତ ହୋଇଥିବା ଆଜି ପୁଲିସ ପକ୍ଷରୁ ସୂଚନା ଦିଅ।ଯାଇଛି । ଶୁକ୍ରବାର ରାତିରେ ଏକ କାର ଇଣ୍ଡୋ-ମିଆମାର ସୀମା ନିକଟରେ ଯାଉଥିବା ବେଳେ ପୁଲିସ କାରର ତଲାସି ପାଇଁ ସଙ୍କେତ ଦେଇଥିଲା । କିନ୍ତୁ କାରଟି ନ ଅଟକି ସେଠାରୁ ଖସି ଯାଇଥିଲା । କମାଣ୍ଡୋମାନେ କାରଟିକୁ ଗୋଡାଇ ଅଟକାଇଥିଲେ । ଏହାକୁ ନେଇ କାରରେ ଥିବା ଯାତ୍ରୀମାନେ କମାଣ୍ଡୋଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ କମାଣ୍ଡୋମାନେ ମଣିପୁରର ମୋରେହ ହସ୍ପିଟାଲକୁ ଚିକିତ୍ସା ପାଇଁ ଯିବାରୁ ଏକ ଗୋଷ୍ଠୀ ସେମାନଙ୍କ ଗାଡି ଭାଙ୍ଗଦେବା ସହ ସେମାନାଙ୍କୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ । ସୂଚନା ପାଇଁ ପୁଲିସ ଅଧିକାରୀ ସେଠାରେ ପହଁଚି ଆହତ କମାଣ୍ଡୋମାନଙ୍କୁ ହସ୍ପିଟାଲରୁ ଉଦ୍ଧାର କରିବା ସହ ଭିଡକୁ ଘଉଡାଇ ଦେଇଥିଲେ ବୋଲି ପୁଲିସ ସୂଚନା ଦେଇଛି ।

Related posts

ଡାଇମଣ୍ଡ ଫ୍ରିନ୍ସେସର ୨ ଭାରତୀୟ କ୍ରୁ ମେମ୍ବରଙ୍କଠାରେ କୋରୋନା ଭୂତାଣୁ ଚିହ୍ନଟ

mahabharatanews

ସରକାରର ପଦକ୍ଷେପ ଟାଇଟନିକ ଜାହଜର କ୍ୟାପ୍ଟେନ ପରି: ରାହୁଲ

mahabharatanews

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews