Uncategorized

ଅ।କ୍ରମଣରେ ୪ ମଣିପୁରୀ ପୁଲିସ କମାଣ୍ଡୋ ଆହତ

ଇମ୍ପାଲ: ଇଣ୍ଡୋ-ମିଆମାର ସୀମାରେ ଏକ ଗାଡିକୁ ମଣିପୁର ପୁଲିସ ଅଟକାଇବାରୁ ପୁଲିସ ଉପରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ୪ ପୁଲିସ କମାଣ୍ଡୋ ଆହତ ହୋଇଥିବା ଆଜି ପୁଲିସ ପକ୍ଷରୁ ସୂଚନା ଦିଅ।ଯାଇଛି । ଶୁକ୍ରବାର ରାତିରେ ଏକ କାର ଇଣ୍ଡୋ-ମିଆମାର ସୀମା ନିକଟରେ ଯାଉଥିବା ବେଳେ ପୁଲିସ କାରର ତଲାସି ପାଇଁ ସଙ୍କେତ ଦେଇଥିଲା । କିନ୍ତୁ କାରଟି ନ ଅଟକି ସେଠାରୁ ଖସି ଯାଇଥିଲା । କମାଣ୍ଡୋମାନେ କାରଟିକୁ ଗୋଡାଇ ଅଟକାଇଥିଲେ । ଏହାକୁ ନେଇ କାରରେ ଥିବା ଯାତ୍ରୀମାନେ କମାଣ୍ଡୋଙ୍କ ଉପରକୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ କମାଣ୍ଡୋମାନେ ମଣିପୁରର ମୋରେହ ହସ୍ପିଟାଲକୁ ଚିକିତ୍ସା ପାଇଁ ଯିବାରୁ ଏକ ଗୋଷ୍ଠୀ ସେମାନଙ୍କ ଗାଡି ଭାଙ୍ଗଦେବା ସହ ସେମାନାଙ୍କୁ ଏକ କୋଠରୀରେ ବନ୍ଦ କରି ଦେଇଥିଲେ । ସୂଚନା ପାଇଁ ପୁଲିସ ଅଧିକାରୀ ସେଠାରେ ପହଁଚି ଆହତ କମାଣ୍ଡୋମାନଙ୍କୁ ହସ୍ପିଟାଲରୁ ଉଦ୍ଧାର କରିବା ସହ ଭିଡକୁ ଘଉଡାଇ ଦେଇଥିଲେ ବୋଲି ପୁଲିସ ସୂଚନା ଦେଇଛି ।

Related posts

୪୮୩ ଜିଲ୍ଲାରେ ୭୭୪୦ କୋଭିଡ-୧୯ ଚିକିତ୍ସା କେନ୍ଦ୍ର

mahabharatanews

ଅସନ୍ତୁଷ୍ଟ ଆତ୍ମା ମାନଙ୍କର ମହାସାଗର ରାଜନିତୀ

mahabharatanews

ଆଇଏନଏସ ବିକ୍ରମାଦିତ୍ୟ ଉପରେ ଏଲସିଏ ନେଭିର ସଫଳ ଅବତରଣ

mahabharatanews