ଓଡିଶା

ବିଭାଗ ବାରି କାହା ଆସିବା ବାଧ୍ୟତାମୂଳକ

ଭୁବନେଶ୍ୱର: କରୋନାର ବ୍ୟପକତା ଓ ଭୟାବହତାକୁ ଦୃଷ୍ଟିରେ ରଖି ଏହାକୁ ପ୍ରତିରୋଧ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ବହୁ ପଦକ୍ଷେପ ନିଆଯାଇଛି । ଆଜି ସାରା ଦେଶ ଜନତା କର୍ଫ୍ୟୁକୁ ସ୍ୱତଃ ପ୍ରବୃତଭାବେ ସହଯୋଗ କରୁଛି । ଗତକାଲି ରାଜ୍ୟ ସରକାର ୫ଟି ଜିଲ୍ଲା ଓ ୮ଟି ସହରରେ ୮ ଦିନ ପାଇଁ ଲକ ଡାଉନ ଘୋଷଣା କରିଥିଲେ । ଏଥିସହ ବିଭିନ୍ନ ସଂସ୍ଥା ଓ ବିଭାଗକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଖୋଲା ରହିବାକୁ କୁହାଯାଇଥିବା ବେଳେ ଆଜି ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ବିଜ୍ଞପ୍ତିରେ କିଏ ଅଫିସ ଆସିବେ ଓ କିଏ ଆସିବେ ନାହିଁ ତାହା ଉଲ୍ଲେଖ ରହିଛି ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଶ୍ରେଣୀଭୁକ୍ତ କରାଯାଇ କେଉଁ ବିଭାଗର ବର୍ତ୍ତମାନ ସ୍ଥିତିରେ ଗୁରୁତ୍ୱ ରହିଛି ଓ କେଉଁ ବିଭାଗ ଅଳ୍ପ ଗୁରୁତ୍ୱ ପୂର୍ଣ୍ଣ ତାହାକୁ ନେଇ କର୍ମଚାରୀଙ୍କ ଆସିବା ନ ଆସିବା ନିର୍ଭର କରୁଛି । ବିଜ୍ଞପ୍ତି ଅନୁଯାୟୀ, ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଗୃହ ଓ ସହରାଞ୍ଚଳ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟ।।ଣ ବିଭାଗ, ଗୃହ ବିଭାଗ, ସ୍ୱତନ୍ତ୍ର ରିଲିଫ କମିଶନ ଓ ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଅତ୍ୟନ୍ତ ଜରୁରୀ ଶ୍ରେଣୀରେ ନେଇ ଏହି ବିଭାଗର ସମସ୍ତ କର୍ମଚାରୀଙ୍କ ପାଇଁ ଅଫସି ଆସିବା ବାଧ୍ୟତାମୂଳକ କୁହାଯାଇଛି । ସେହିପରି ବାଣିଜ୍ୟ ଓ ପରିବହନ, ଇଲୋକ୍ଟୋଲିଂ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ, ର।।ଜସ୍ୱ, ଅନୁସୂଚିତ ଜାତି ଓ ଜନଜାଣି ଉନ୍ନୟନ ଓ ନିର୍ମାଣ ବିଭାଗକୁ ଆଂଶିକ ଜରୁରୀକାଳୀନ ବିଭାଗଭୁକ୍ତ କରାଯାଇଛି । ଏହି ସବୁ ବିଭାଗର କର୍ମଚାରୀ ମାନେ ସେମାନଙ୍କ ବିଭାଗୀୟ ମୁଖ୍ୟଙ୍କ ନିଷ୍ପତ୍ତି କ୍ରମେ ଅଫିସ ଆସିବେ । ବାକି ୨୫ଟି ବିଭାଗକୁ ଜରୁରୀକାଳୀନ ବିହୀନ ଘୋଷଣା କରାଯାଇ ଏହି ବିଭାଗୀୟ କର୍ମଚାରୀଙ୍କୁ ଆସନ୍ତା ୨୯ ପର୍ଯ୍ୟନ୍ତ ଛୁଟି ଦିଆଯାଇଛି । କିନ୍ତୁ କାର୍ଯ୍ୟର ମନିଟରିଂ ଓ ସୁପରଭାଇଜ ଫୋନ ଯୋଗେ କରିବାକୁ ନିର୍ଦ୍ଦେଶ ରହିଛି ।

Related posts

ବାଲୁକା କଳାରେ ବିଶ୍ୱ ରେଡିଓ ଦିବସର ଶୁଭେଚ୍ଛା ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

mahabharatanews

ରାଜ୍ୟରେ ବଢିବ ଶୀତ

mahabharatanews

ଅସହାୟ ଯକ୍ଷ୍ମା ରୋଗୀଙ୍କୁ ସାହାଯ୍ୟ ପାଇଁ ସରକାରଙ୍କ ନିକଟରେ ଦାବି

mahabharatanews