Uncategorized

୯ ମିନିଟ ପାଇଁ ଦୀପ ଜଳାଇବାକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ

(ଦିଲ୍ଲୀ ): ୧୩୦ କୋଟି ଦେଶବାସୀ ଏପ୍ରିଲ ୫ ତାରିଖ ରାତି ୯ଟା ବେଳେ ଘରର ସମସ୍ତ ଲାଇଟ ବନ୍ଦ ରଖନ୍ତୁ । ଏହା ସହ ସମସ୍ତେ ୯ ମିନିଟ ପାଇଁ ଘର ବାଲକୋନିରେ ଛିଡ଼ା ହୋଇ ମହମବତୀ, ଟର୍ଚ୍ଚ , ମୋବାଇଲ ଟର୍ଚ୍ଚ ଲାଇଟ କିମ୍ବା ଦୀପ ଜଳାନ୍ତୁ ଏ ପରି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ମୋଦୀ ମହାମାରୀ କରୋନାରୁ ମୁକୁଳିବାକୁ ପାଇଁ ଲୋକଙ୍କୁ ସଚେତନ କରିଛନ୍ତି । ମାର୍ଚ୍ଚ ୨୨ରେ ସ୍ୱଇଚ୍ଛାରେ ଦେଶବାସୀ ଜନତା କର୍ଫ୍ୟୁରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ । ଏହା ସହ ଦେଶବ୍ୟାପୀ ୨୧ଦିନିଆ ଲକ୍ ଡାଉନକୁ ଲୋକଙ୍କ ସମର୍ଥନ ଓ ଜରୁରୀକାଳୀନ ସେବାରେ ଯେଉଁମାନେ ନିୟୋଜତ ହୋଇଛନ୍ତି ସେମାନଙ୍କୁ ମଧ୍ୟ ପ୍ରଂଶସା କରିଛନ୍ତି ମୋଦୀ । ସାମାଜିକ ଦୂରତା ବଜାୟ ରଖିବାକୁ ମୋଦୀ ଦେଶବାସୀଙ୍କୁ ଅପିଲ କରଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ଏହି ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି ଯେ, ସମସ୍ତେ ସଂକଳ୍ପ କରନ୍ତୁ ଆମେ ଏକା ନୁହେଁ ୧୩୦ କୋଟି ଦେଶବାସୀ ରହିଛୁ । ରାସ୍ତାଘାଟ, ବାଲକୋନି କିମ୍ବା ସାମାଜିକ ଆୟୋଜନରେ ଅଧିକ ଲୋକ ଏକତ୍ର ହୁଅନ୍ତୁ ନାହିଁ ।

ମୋଦୀ କହିଛନ୍ତି ଯେ ୧୩୦ କୋଟି ଦେଶବାସୀ ଏପ୍ରିଲ ୫ ତାରିଖ ରାତି ୯ଟା ବେଳେ ଘରର ସମସ୍ତ ଲାଇଟ ବନ୍ଦ ରଖନ୍ତୁ । ଏହା ସହ ସମସ୍ତେ ୯ ମିନିଟ ପାଇଁ ଘର ବାଲକୋନିରେ ଛିଡ଼ା ହୋଇ ମହମବତୀ, ଟର୍ଚ୍ଚ , ମୋବାଇଲ ଟର୍ଚ୍ଚ ଲାଇଟ କିମ୍ବା ଦୀପ ଜଳାନ୍ତୁ । ଜନତା ଜନାର୍ଦ୍ଦନ ଇଶ୍ୱରଙ୍କ ରୂପ ବୋଲି ସେ କହିଛନ୍ତି।

Related posts

ପିଜୁଳି ପତ୍ର ଜୁସ୍ , କେଉଁମାନେ ପିଇବା ଉଚିତ ଜାଣନ୍ତୁ

mahabharatanews

ଭାରତ ଆମେରିକା ଡଗ୍ସ ତଷ୍କରୀ ବିରୋଧରେ ମିଳିତ କାର୍ଯ୍ୟ କରିବେ: ଟ୍ରମ୍ପ

mahabharatanews

ଦେଶରେ ୨୪ ଘଣ୍ଟାରେ ୬୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews