ଓଡିଶା

ଖୁଚୁରା ବ୍ୟବସାୟୀଙ୍କ ଦୁର୍ଦ୍ଦଶାକୁ ନେଇ ଉତ୍ତର ରଖିଲେ ସିପି

ଭୁବନେଶ୍ୱର: ‘କରୋନା’ ମୁକାବିଲା ପରିଚାଳନାରେ ବଡ଼ ଧରଣ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ଉପରିସ୍ଥ ନିଷ୍ପତ୍ତି ଓ ନିର୍ଦ୍ଦେଶ ତଳ ସ୍ତରରେ ପହଞ୍ଚିପାରୁନି। ଫଳରେ ବଜାରରେ ଖାଉଟି ସାମଗ୍ରୀର ଅଭାବ ଦେଖାଦେଉଛି। ଏପରି ଗୁରୁତର ଅଭିଯୋଗ ଆଣିଛନ୍ତି ଓଡ଼ିଶା ବ୍ୟବସାୟୀ ମହାସଂଘ ପକ୍ଷରୁ ଆସିବା ପରେ ଏହାର ଉତ୍ତର ରଖିଛନ୍ତି ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ।

ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ଅଭିଯୋଗ ଅନୁସାରେ ଗୋଦାମରେ ସାମଗ୍ରୀ ମହଜୁଦ ଅଛି। ଖୁଚୁରା ବ୍ୟବସାୟୀ କିନ୍ତୁ ତାହା ପାଇପାରୁନାହାନ୍ତି। ଖୁଚୁରା ବ୍ୟବସାୟୀଙ୍କ ଦୁଇ ଚକିଆ ଗାଡ଼ିକୁ ଅନୁମତି ଦେଉ ନାହିଁ ପୁଲିସ। ତଳ ସ୍ତରରେ ଥିବା ପୁଲିସ କର୍ମଚାରୀ ହଇରାଣ ଓ ହରକତ କରୁଛନ୍ତି। ମାଲ ଆଣିବାକୁ ଦୁଇ ଚକିଆ ନେଇ ଯାଉଥିବା ବ୍ୟବସାୟୀ ମାଡ଼ ଖାଉଛନ୍ତି। ପୁଲିସ ସେମାନଙ୍କ ଗାଡ଼ି ସିଜ୍‌ କରିବା ସହ ଗାଳି ଗୁଲଜ କରୁଛନ୍ତି।”
ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସଂପାଦକ ସୁଧାକର ପଣ୍ଡାଙ୍କ ଅଭିଯୋଗ ଶୁଣିବା ପରେ କଟକ-ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ କହିଛନ୍ତି-“କଟକ-ଭୁବନେଶ୍ୱରକୁ ଆଠଗଡ, ବାଙ୍ଗୀ, ଖୁଣ୍ଟୁଣି, କୁଶୁପାଙ୍ଗି, କଇମୁଣ୍ଡି ପ୍ରମୁଖ ଅଞ୍ଚଳରୁ ଆସିଥାଏ। ତେବେ ସେହି ଗାଁ ଲୋକେ ନିଷ୍ପତ୍ତି ନେଇଛନ୍ତି ଭୁବନେଶ୍ୱରରକୁ ଆସିବା ପାଇଁ। ଏଥିପାଇଁ ସେମାନଙ୍କ ମନରେ ଦୁଇଟି ଭୟ ଥାଇପାରେ। ଗୋଟିଏ ହେଲା କୋଭିଡ୍‌-୧୯ ଭୟ ଓ ଅନ୍ୟଟି ପୁଲିସର ଭୟ ହୋଇଥାଇପାରେ। ଏ ସମ୍ପର୍କରେ ଜଣାପଡ଼ିବା ପରେ ବାରଙ୍ଗ ଆଇଆଇସି ଆଠଗଡ଼, ଖୁଣ୍ଟୁଣୀ ଓ ବାଙ୍କୀ ଥାନାର ଆଇଆଇସି ମାଧ୍ୟମରେ ସମ୍ପୃକ୍ତ ପଞ୍ଚାୟତରେ ପ୍ରଚାର କରାଯାଇଛି। ଏପରିକି ପରିବା ନେଇ ଭୁବନେଶ୍ୱର ଯିବା ପାଇଁ ସେମାନଙ୍କୁ ଅନୁରୋଧ ମଧ୍ୟ କରିଛୁ। ଏହି ଅନୁରୋଧ ପରେ ଆଜି ୫ ଟ୍ରକ୍‌ ପନିପରିବା ଆସିଛି। ଆସନ୍ତାକାଲି ୨୫ଟି ଟ୍ରକ୍‌ ପରିବା ଆସିବ ବୋଲି ଆଶା କରିଛୁ। ଏହାଛଡ଼ା ପନିପରିବା ଓ ହୋଲ୍‌ସେଲ୍‌ରଙ୍କୁ ଗାଡ଼ି ପାସ୍‌ ଦିଆଯାଇଛି। ବ୍ୟବସାୟ କରିବା ପାଇଁ ଆସିବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରୁଛୁ। ସେହିପରି ଛୋଟ ବ୍ୟବସାୟୀଙ୍କୁ ଅନୁରୋଧ କରୁଛି, କିଛି ଅସୁବିଧା ହେଲେ ସେମାନେ ନିକଟସ୍ଥ ଥାନାକୁ ଯାଇ ପାସ୍‌ ଆଣନ୍ତୁ। ମାଲ୍‌ ପରିବହନ କରୁଥିବା ୩ ଚକିଆ ଓ ୪ ଚକିଆ ଗାଡ଼ିକୁ ପୁଲିସ କେବେ ଅଟକାଉନାହାନ୍ତି। ଯେଉଁମାନେ ବାଇକ୍‌ରେ ମାଲ୍‌ ପରିବହନ କରି ବ୍ୟବସାୟ କରୁଛନ୍ତି, ସେମାନେ ଥାନାକୁ ଯାଇ ପାସ୍‌ ଆଣନ୍ତୁ ବା ୧୦୦କୁ ଫୋନ୍‌ କରନ୍ତୁ। ସଙ୍ଗେ ସଙ୍ଗେ ଅସୁବିଧା ସମାଧାନ କରାଯିବ।

Related posts

ସ୍ଥିତି ଦେଖି କଟକଣା କୋହଳ ଲାଗି ନିଷ୍ପତ୍ତି ନେବେ ରାଜ୍ୟ ସରକାର : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ପୂର୍ବଶତ୍ରୁତା ନେଲା ପୁଅର ଜୀବନ

mahabharatanews

ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ସମନ୍ୱୟ ବୈଠକ ଶେଷ

mahabharatanews