ବୋକାରୋ: ଝାରଖଣ୍ଡରେ ପ୍ରଥମ କରୋନା ମୃତ୍ୟୁ ଘଟିଛି । ଜଣେ ୭୨ ବର୍ଷୀୟ ବ୍ୟକ୍ତିଙ୍କର ଗତକାଲିି ବୋକାରୋରେ ମୃତ୍ୟୁ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଇସ୍ପାତ ନଗରୀ ବୋକାରୋରେ କରୋନା ସଂକ୍ରମିତଙ୍କସଂଖ୍ୟା ୫ଥିବା ବେଳେ ସମସ୍ତ ସଂକ୍ରମିତ ଗୋଟିଏ ପରିବାର। ମୃତ ୭୨ ବର୍ଷୀୟ ବ୍ୟକ୍ତି ଜଣକ ଥିଲେ କରୋନାଭାଇରସ୍ ସଂକ୍ରମିତ ପରିବାର ସଦସ୍ୟ । ପୂର୍ବରୁ ଉକ୍ତ ପରିବାରର ଚାରିଜଣ ବ୍ୟକ୍ତି କୋଭିଡ୍-୧୯ ପଜିଟିଭ୍ ବୋଲି ପରୀକ୍ଷାରୁ ଜଣାପଡ଼ିଥିଲା । ବୋକାରୋ ଜିଲ୍ଲା ଅନ୍ତର୍ଗତ ଗୁମିଆ ବ୍ଲକରେ ଉକ୍ତ ପରିବାର ରୁହନ୍ତି ।
ରୋଗୀଟି ବୁଧବାର ରାତିରେ ପ୍ରାଣତ୍ୟାଗ କରିଥିବା ବୋକାରୋର ଚିଫ୍ ଡିଷ୍ଟ୍ରିକ୍ଟ୍ ମେଡିକାଲ୍ ଅଫିସର୍ ଅଶୋକ କୁମାର ପାଠକ କହିଛନ୍ତି । ଏପ୍ରିଲ୍ ୫ ତାରିଖ ଦିନ ତାଙ୍କ ଠାରେ କରୋନାଭାଇରସ୍ ଲକ୍ଷଣ ପ୍ରକାଶ ପାଇବା ପରେ ତାଙ୍କୁ ଏକ ଡାକ୍ତରଖାନାର ଆସୋଲେସନ୍ ୱାର୍ଡରେ ରଖାଯାଇଥିଲା । ସେ କୋଭିଡ୍-୧୯ ଆକ୍ରାନ୍ତ ବୋଲି ପରେ ପରୀକ୍ଷାରୁ ଜଣାପଡ଼ିଲା ।