(ସରୋଜ କୁମାର ରାଉତ) : କୋଭିଡ ୧୯ ରୋଗୀଙ୍କ ପାଇଁ ହୃଦଘାତ, ମଧୁମେହ, ଶ୍ୱାସକ୍ରିୟା ଜନିତ ସମସ୍ୟା, ଶରୀରରେ ଏକାଧିକ ଅଙ୍ଗ ଅଚଳ ହୋଇଯିବାରୁ ପ୍ରାଣ ହରାଉଛନ୍ତି । ତେବେ ଏହି ମୃତ୍ୟୁର କାରଣ କୋଭିଡ ୧୯ ହିଁ ରହୁଛି । ବୈଜ୍ଞାନିକ ଏବଂ ବିଭିନ୍ନ ପ୍ରମୁଖ ଅନୁଷ୍ଠାନର ଡାକ୍ତରମାନେ ଏନେଇ ମତ ରଖିଛନ୍ତି । ଅତି ସଂଘାତିକ ନ୍ୟୁମୋନିଆ ପରି ଶ୍ୱାସକ୍ରିୟା ବିଫଳତା ଏବଂ ହୃଦଘାତ ଯୋଗୁଁ ବି କୋଭିଡ ୧୯ ରୋଗୀଙ୍କ ମୃତ୍ୟୁ ହେଉଛି । ଚଳିତ ସପ୍ରାହରେ ଗୁରୁଗ୍ରାମର ଜଣେ ୭୮ ବର୍ଷିୟା ଇଟାଲୀୟ ମହିଳାଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା । ତାଙଘଘ୍କ ଶରୀରର ଏକାଧୀକ ଅଙ୍ଗ ଅଚଳ ହୋଇଯିଇଥିଲା ଯେଉଥିପାଇଁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଥିଲା । କିନ୍ତୁ ତାଙ୍କ ମୃତ୍ୟୁର କାରଣ ହେଉଛି କୋଭିଡ ୧୯ । ଶରୀରର ସଂକ୍ରମଣର ମାତ୍ରା ୃଦସୀକ ଥିବାରୁ ଏହା ଏକାଦୀକ ଅଙ୍ଗକୁ ଅକାମି କରିଦେଲା ବୋଲି ଜଣେ ଡାକ୍ତ କହିଛନ୍ତି । ବିଭିନ୍ନ ଦେଶର ତଥ୍ୟ ଆକଳନରୁ ଜଣା ପଡିଛି ଯେ ପ୍ରତି ୫ ଜଣରେ ଜଣେ ଯେଏକି କୋଭିଡ ୧୯ର ଶିକାର ହୋଇଛନ୍ତି ସେମାନେ ବହୁତ ଅସୁସ୍ଥ । ସେମାନଙ୍କ କ୍ରୋନିକ ଫୁସଫୁସ ରୋଗ, ହୃଦରୋଗ ଏବଂ ଡାଇବେଟିସ ଆଦି ରହିଛି । କୋରନା ରୋଗୀଙ୍କ କ୍ଷେତ୍ରରେ ଏହି ସବୁ କାରଣଗୁଡିକ ଅତ୍ୟନ୍ତ ବିପଦ ସାବ୍ୟସ୍ତ ହୋଇଛି । ଚୀନରେ ପ୍ରାୟ ୪୪,୬୭୨ ମୃତକଙ୍କୁ ନେଇ ଏକ ଅଧ୍ୟୟନ କରି ଜଣାପଡିଛି ଯେ ପ୍ରାୟ ସମସ୍ତଙ୍କର ଏହି ସବୁ ରୋଗ ରହିଥିଲା ।
ଉହାନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ପ୍ରତି ୫ ଜଣରେ ଜଣଙ୍କର ହୃଦଘାତଜନିତ ସମସ୍ୟା ରହିଛି । ଅଧିକାଂଶ କୋରନା ରୋଗୀଙ୍କର ହୃଦଘାତରେ ମୃତ୍ୟୁ ହୋଇଛି ବୋଲି ଏକ ଅଧ୍ୟୟନରୁ ଜଣାପଡିଛି । ନ୍ୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନର ୨୦୧୮ ମସିହାରେ ଏକ ଅଧ୍ୟୟନଅନୁଯାୟୀ ଜଣେ ବ୍ୟକ୍ତି ଯେତେବେଳେ କୌଣସି ସଂକ୍ରମଣର ଶିକାର ହୋଇଥାନ୍ତି ସେତେବେଳେ ତାଙ୍କର ହୃଦଘାତ ହେବାର ସମ୍ଭାବନା ୬ ଗୁଣ ଅଧୀକ ରହିଥାଏ । । ଯେଉଁମାନେ ଧୂମପାନ କରନ୍ତି ସେମାନେ ଖୁବ ଶୀଘ୍ର ସଂକ୍ରମଣର ଶିକାର ହୋଇପାରନ୍ତି ।
