(ଜଳେଶ୍ୱର/ଅଜିତ ସାହୁ): ସାବଧାନ, “ଜନଧନ ଓ ଉଜ୍ଜ୍ୱଳା” ଯୋଜନା କୋରନା ପାଇଁ ଏକ ମାଧ୍ୟମ ହୋଇପାରେ। କୋରୋନା ବା କୋଭିଡ ୧୯ ମହାମାରୀ କୁ ରୁକିବା ପାଇଁ କେବଳ ସଚତନତା,ସତର୍କତା ସାଙ୍ଗକୁ ସାମାଜିକ ଦୂରତା ଏକାନ୍ତ ଆବଶ୍ୟକ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ ଜାରି କରି ସାମାଜିକ ଦୂରତା ବଜାଇ ରଖିବାକୁ ନିବେଦନ କରୁଛନ୍ତି ! ଲକଡାଉନ ସମୟରେ ଲୋକମାନଙ୍କର ସୁବିଧା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ର›ହନ ରାଶି ସହିତ ଡାଲି,ଚାଉଳ,ଗ୍ୟାସ ମଧ୍ୟ ଯୋଗାଇ ଦେଉଛନ୍ତି । ତେବେ ଜନଧନ ଯୋଜନା ମାଧ୍ୟମରେ ଖୋଲା ଯାଇଥିବା ଖାତାକୁ ୫୦୦ ଟଙ୍କା ଏବଂ ଉଜ୍ୱଳା ଯୋଜନା ହିତାଧିକାରୀ ମାନଙ୍କୁ ୩ ଟି ଗ୍ୟାସ ମାଗଣାରେ ଯୋଗାଇ ଦେବାର ଘୋଷଣା ସହିତ ବ୍ୟାଙ୍କ ଖାତାକୁ ଅଗ୍ରୀମ ଟଙ୍କା ମଧ୍ୟ ଦେଇଛନ୍ତି। ତେବେ ଏ ସମସ୍ତ ଯୋଜନାର ଆସିଥିବା ଅର୍ଥରାଶି କୁ ନଉଠାଇଲେ ଉକ୍ତ ଅର୍ଥ ରାଶି କାଳେ ଫେରିଯିବ ଏପରି ଭୟ ଲୋକଙ୍କ ଭିତùର ଘାରିଛି। ଯାହା ପାଇଁ ଶହ ଶହ ମହିଳା ପୁରୁଷ ବିଭିନ୍ନ ବ୍ୟାଙ୍କ ଓ ଗ୍ୟାସ ଅଫିସ ସାମ୍ନାରେ ଭୋକ ଉପାସରେ ଦିନ ରାତି ଅପେକ୍ଷା କରୁଛନ୍ତି। ଏହି ସମୟରେ ଆଦୌ ସାମାଜିକ ଦୂରତା କିମ୍ବା ଲକ ଡାଉନ କଟକଣା cû^ê ^ûjû«òö ଏନେଇ ସ୍ଥାନୀୟ ପ୍ରଶାiନ, କି ଜିଲ୍ଲା ପ୍ରଶାସନ ମଧ୍ୟ କୌଣସି ପଦlପ ନେଉ ନାହଁନ୍ତି । ଏମିତିକି ବ୍ୟାଙ୍କ କର୍ତୁ ପକ୍ଷ ଓ ସରକାର ଜନହିତ ପାଇଁ କୌଣସି ସ୍ପଷ୍ଟ ସୂଚନା ଜାରି କରୁନଥିବାରୁ ସ୍ଥିତି ଅଣûୟତ୍ତ ହେଉଛି। ଅନ୍ୟ ପଟେ ସମୟ ଥାଉ ଥାଉ ଯଦି ସରକାର ,କି ପ୍ରଶାiନ କୌଣସି ବିହିତ ପଦlପ ^ନିଅନ୍ତି “ଉଜ୍ଜଳା ଆଉ ଜନଧାନ ଯୋଜନା ” କୋରୋନା କୁ ନିମନ୍ତ୍ରଣ କରିବା ପାଇଁ ଏକ ବଡ଼ ମାଧ୍ୟମ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
