Uncategorized

ପାକରେ ଯୋଜନା: କରୋନା ଆକ୍ରାନ୍ତ ଆତଙ୍କୀ ପଠାଇବ

ଶ୍ରୀନଗର: ପାକିସ୍ତାନ ବର୍ତ୍ତମାନ କଶ୍ମୀରରେ ଲୋକଙ୍କୁ କରୋନା ସଂକ୍ରମିତ କରାଇବା ପାଇଁ କରୋନା ଭାଇରସ୍ ପଜିଟିଭ ଆତଙ୍କବାଦୀଙ୍କୁ ଭାରତ ଭିତରକୁ ଅନୁପ୍ରବେଶ କରାଇବା ଯୋଜନାରେ ରହିଛି । ଏପରି ସୂଚନା ଦେଇଛନ୍ତି ଜମ୍ମୁ-କଶ୍ମୀରର ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଦିଲବାଗ ସିଂହ । ବୁଧବାର ଗଣମାଧ୍ୟମକୁ କହିଛନ୍ତି ଯେ, ଆମେ ଯାହା ଶୁଣିଛୁ, ବର୍ତ୍ତମାନ ପର୍ଯ୍ୟନ୍ତ ପାକିସ୍ତାନ ଭାରତକୁ ଆତଙ୍କବାଦୀ ରପ୍ତାନି କରୁଥିଲା, ବର୍ତ୍ତମାନ ସେ କଶ୍ମୀରରେ ଲୋକଙ୍କୁ ସଂକ୍ରମିତ କରିବା ପାଇଁ କରୋନା ପଜିଟିଭ ଆତଙ୍କବାଦୀ ରପ୍ତାନି କରିବ । ଏହା ଚିନ୍ତାର ବିଷୟ ।

ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂହ ଜିଲାର ପୁଲିସ ଟ୍ରେନିଂ ସ୍କୁଲ ମଣିଗାମ ଭିତରେ ସ୍ଥାପିତ କ୍ୱାରେଣ୍ଟାଇନ୍ କେନ୍ଦ୍ର ପରିଦର୍ଶନ କରିବା ସହ ଉତ୍ତର କଶ୍ମୀରର ଗନ୍ଧରବାଲ ଜିଲାର କ୍ୱାରେଣ୍ଟାଇନ୍ କେନ୍ଦ୍ର ବୁଲି ଦେଖିଥିଲେ । ସେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ଆବଶ୍ୟକ ସୁବିଧାର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ପୁଲିସ ମହାନିର୍ଦ୍ଦେଶକ ଲୋକଙ୍କୁ ଏହି ସଂକ୍ରମିତ ଆତଙ୍କବାଦୀଙ୍କ ପ୍ରତି ସତର୍କ ରହିବାକୁ ଅନୁରୋଧ କରିଥିଲେ, କରୋନା ସଂକ୍ରମିତ ଆତଙ୍କବାଦୀମାନେ ଏହି ଭୂତାଣୁକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ଜମ୍ମୁ-କଶ୍ମୀରକୁ ପ୍ରବେଶ କରିବାର ଆଶଙ୍କା ରହିଛି ।

Related posts

ଆଫଗାନିସ୍ତାନରୁ ଭାରତ ଫେରୁଛନ୍ତି ୧୨୦ ଭାରତୀୟ

mahabharatanews

ଓଟାୱା ଗସ୍ତରେ ଓମ ବିର୍ଲା

mahabharatanews

ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଟାଣ ଖରା

mahabharatanews