ଓଡିଶା

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ

(ହିଞ୍ଜିଳିକାଟୁ / ରଜନୀକାନ୍ତ ପାତ୍ର): ସାରା ଦେଶରେ କରୋନା ଭାଇରସର କାୟା ବିସ୍ତାର ଯୋଗୁଁ ସମସ୍ତ ସ୍କୁଲ୍ କଲେଜ ବନ୍ଦ ହୋଇଯିବା ଫଳରେ ଛାତ୍ର ଛାତ୍ରୀଙ୍କ ଭବିଶ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ମନ୍ତ୍ରୀ ଘରକୁ ଘର ବୁଲି ବହି ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ଏହି ନିୟମକୁ ସମ୍ମାନ ଜଣାଇ ରାଳବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନେ ଖରା ତରା କୁ ଖାତିର ନକରି ସାମାଜିକ ଦୂରତା ରକ୍ଷା କରି ଘରକୁ ଘର ବୁଲି ବହି ବାଣ୍ଟି ଥିବାର ଦେଖିବାକୁ ମିଳିଛି। ଏଥିରେ ଗ୍ରାମର ସମାଜ ସେବୀ ମାନବ ପ୍ରେମୀ ନୀଳ ଭଉଳ,ପପୁନୁ ପରିଡ଼ା ଓ ଦୀପକ କୁମାର ପରିଡ଼ା ଏବଂ ଚନ୍ଦନ ଭଉଳ ସଂପୂଣ୍ଣ ସହଯୋଗ କରିଥିବାରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ସାହୁ ଧନ୍ୟବାଦ ଜଣାଇଛନ୍ତି।

Related posts

ହାତୀ ଦାନ୍ତ ରାକେଟ, ଗ୍ରାହକ ବେଶରେ ଯାଇ ୪ ଜଣଙ୍କୁ ବାନ୍ଧିଲା ବନବିଭାଗ

mahabharatanews

ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ଆଉ ଦେଢ ମାସ

mahabharatanews

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

mahabharatanews