Uncategorized

କିମ୍‌ଙ୍କ ଚିକିତ୍ସା ପାଇଁ ଚୀନ ପଠାଇଲା ବିଶେଷଜ୍ଞ ଦଳ

ବେଜିଂ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ସ୍ୱାସ୍ଥ୍ୟକୁ ନେଇ ଲାଗିରହିଛି ସନ୍ଦେହ । ଦୀର୍ଘ ଦିନରୁ କିମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ଏପରି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପରାମର୍ଶ ଦେବାକୁ ଚୀନ୍ ଡାକ୍ତରୀ ବିଶେଷଜ୍ଞଙ୍କ ସମେତ ଏକ ଟିମ୍ ଉତ୍ତର କୋରିଆ ପଠାଇଛି । କିନ୍ତୁ, ଚୀନ୍‌ ଟିମ୍‌ର ଗସ୍ତ କିମ୍‌ଙ୍କ ସ୍ବାସ୍ଥ୍ୟ ବାବଦରେ କି ଆଭାସ ଦେଉଛି ତାହା ଜଣାପଡ଼ିନାହିଁ।

ସୂଚନାଯୋଗ୍ୟ, ଗୁରୁବାର ଦିନ ଚୀନ୍ କମ୍ୟୁନିଷ୍ଟ୍‌ ପାର୍ଟିର ଇଣ୍ଟର୍‌ନ୍ୟାସ୍‌ନାଲ୍ ଲିଆସନ୍ ଡିପାର୍ଟମେଣ୍ଟ୍‌ର ଜଣେ ବରିଷ୍ଠ ସଦସ୍ୟଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ବେଜିଂରୁ ଉତ୍ତର କୋରିଆ ଯାତ୍ରା କରିଛି। ‌ପଡ଼ୋଶୀ ଉତ୍ତର କୋରିଆ ସହ ସମ୍ପର୍କ ରକ୍ଷା କରିବାରେ ସହ ଚୀନ୍‌ର ଏହି ବିଭାଗ ହେଉଛି ମୁଖ୍ୟ। କିନ୍ତୁ, ଚୀନ୍‌ର ବୈଦେଶିକ ମନ୍ତ୍ରାଳୟ ବିଳମ୍ବିତ ଶୁକ୍ରବାର ଯାଏଁ ଏ ସଂକ୍ରାନ୍ତରେ କୌଣସି ବିବୃତି ଦେଇନାହିଁ। କିମ୍‌ଙ୍କର ହୃଦ୍‌ରୋଗ ସଂକ୍ରାନ୍ତ ଚିକିତ୍ସା ହୋଇଥିଲା ଏବଂ ସେ ସୁସ୍ଥ ହେଉଛନ୍ତି ବୋଲି ସିଓଲ୍‌ର ୱେବ୍‌ସାଇଟ୍ ‘ଡେଲି ଏନ୍‌କେ’ ରିପୋର୍ଟ କରିଥିଲା।

Related posts

ଅଜଣା ଗାଡି ଧକ୍କାରେ ଯୁବକ ମୃତ

mahabharatanews

ଜାମିଆ ଡାକ୍ତରଙ୍କ ମୁକ୍ତି ଦାବିରେ ସମନ୍ୱୟ ସମିତିର ବିକ୍ଷୋଭ

mahabharatanews

କରୋନା ଚିକିତ୍ସା ପାଇଁ ନିଜ ଦ୍ୱାରା ବିକଶିତ ଔଷଧ ନେଲା ଜୀବନ

mahabharatanews