Uncategorized

ସୁସ୍ଥ ସମାଜ ଗଠନ ଦିଗରେ ଦାୟିତ୍ୱବୋଧ ଭୁଲିନାହାନ୍ତି ଇତିଶ୍ରୀ ପୁହାଣ

ପାରାଦ୍ୱୀପ: ଭୁଲିନାହାନ୍ତି ସୁସ୍ଥ ସମାଜଟିଏ ଗଠନ କରିବା ଦିଗରେ କର୍ତ୍ତବ୍ୟ,ଦାୟିତ୍ୱବୋଧ । ଏକ ସୁସ୍ଥ ସମାଜ ଗଠନ ପାଇଁ ଗୁଣ୍ଡୁଚି ମୂଷା ଭଳି ଦୀର୍ଘ ୩୫ ଦିନ ହେବ କରିଚାଲିଛନ୍ତି ପ୍ରୟାସ। ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା କରିବା ତଥା କୋଭିଡ -୧୯ର ଭୟାବହତା ବାବଦରେ ଛକ ବଜାର ବୁଲି ସଚେତନ କରୁଛନ୍ତି ପାରାଦ୍ୱୀପର ଇତିଶ୍ରୀ ପୁହାଣ । ଭାରତୀୟ ସ୍କାଉଟ ଗାଇଡ଼ର ଗାଇଡ଼ କ୍ୟାପଟେନ ଭାବେ କରୋନା ମହାମାରୀକୁ ହରେଇବା ପାଇଁ ଚଳାଇଛନ୍ତି ପ୍ରୟାସ। ନିଜ ଉଦ୍ୟମରେ ନିଜେ ଘରେ ମାସ୍କ ତିଆରି କରି ପାରାଦ୍ୱୀପ ବନ୍ଦର ଅଞ୍ଚଳରେ ପ୍ରତିଦିନ ଲୋକମାନଙ୍କୁ ମାଗଣାରେ ମାସ୍କ ବଣ୍ଟନ କରିବା ସହିତ ସେମାନଙ୍କୁ ମାସ୍କ ପିନ୍ଧେଇ କରୋନା ରୋଗ ପ୍ରତି କରୁଛନ୍ତି ସଚେତନ,ଯାହା ଏବେ କରିବା ଅନ୍ୟମାନଙ୍କ ପାଇଁ ସ୍ଥାନୀୟ ଅଞ୍ଚଳରେ ଉଦାହରଣ ପାଲଟିଛି ।
ନିଜେ କପଡ଼ାରେ ମାସ୍କ ତିଆରି କରି ଛକ ବଜାର ଗଳି କନ୍ଦି ବୁଲି ଲୋକମାନଙ୍କୁ ମାସ୍କ ପିନ୍ଧେଇ ସଚେତନ କରୁଛନ୍ତି ଏହି କରୋନା ଯୋଦ୍ଧା । କରୋନା ରୋଗ ପାଇଁ ମାସ୍କ ପିନ୍ଧିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେବା ପରେ କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଅଞ୍ଚଳରେ ମାସ୍କର ଅହେତୁକ କଳାବଜାରୀ ଆରମ୍ଭ ହୋଇ ଯାଇଥିଲା। ଏମିତିକି କିଛି ନିହାତି ଗରିବ ଶ୍ରେଣୀର ଲୋକମାନେ ଚାହିଁଲେ ମଧ୍ୟ ବଜାରରୁ ମାସ୍କ କିଣି ପାରୁନଥିଲେ । ଯେଉଁଥି ପାଇଁ ଇତିଶ୍ରୀ କୋଭିଡ-୧୯ ପାଇଁ ପ୍ରଥମ ପ୍ରତିଷେଧକ ସ୍ୱରୂପ ମାସ୍କକୁ ମାଗଣାରେ ବାଣ୍ଟିବାକୁ ନିଷ୍ପତ୍ତି ନେଇ ନିଜ ଘରେ ମାସ୍କ ତିଆରି କରି ବଣ୍ଟନ କରିବା ଆରମ୍ଭ କରିଥିଲେ। ଇତିଶ୍ରୀ ଦୈନିକ ୩୦୦ ରୁ ଊଦ୍ଧ୍ୱର୍ ମାସ୍କ ରାତିରେ ତିଆରି କରି ଦିନ ତମାମ ବିଭିନ୍ନ ଛକ ବଜାରରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକ ଏବଂ ବ୍ୟବସାୟୀ ମାନଙ୍କୁ ବଣ୍ଟନ କରୁଛନ୍ତି। ଏପରିକି ନିଜ ହାତରେ ପିନ୍ଧେଇ ଦେଇ କୋଭିଡ-୧୯ ସମ୍ପର୍କରେ ସଚେତନ କରିଚାଲିଛନ୍ତି। ଏହି କାର୍ୟ୍ୟ କରୋନା ରୋଗର ସମୂଳେ ବିନାଶ ନହେବା ପର୍ୟ୍ୟନ୍ତ ଚାଲୁ ରଖିବେ ବୋଲି କହିଛନ୍ତି ଇତିଶ୍ରୀ।

Related posts

ଆସାମ ବନ୍ଦୀ ଗୃହରେ ୩ ବର୍ଷରେ ୨୬ ମୃତ୍ୟୁ

mahabharatanews

କୁଲଗାମ ଜିଲ୍ଲାରେ ୨ ହିଜବୁଲ ଆତଙ୍କୀ ନିହତ

mahabharatanews

କୋରୋନା ଆତଙ୍କ, ଡାଇମଣ୍ଡ କ୍ରୁଜରେ ୨ ଜଣଙ୍କ ମୃତ୍ୟୁ

mahabharatanews