Uncategorized

ସିଏପିଏଫ କ୍ୟାଣ୍ଟିନରେ ବିକ୍ରିହେବ ସ୍ୱଦେଶୀ ସମାଗ୍ରୀ

ନୂଆଦିଲ୍ଲୀ: ସମସ୍ତ ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସେସ୍ (ସିଏପିଏଫ୍) କ୍ୟାଣ୍ଟିନ୍‌ରେ ଏବେ କେବଳ ସ୍ୱଦେଶୀ ଜିନିଷ ବିକ୍ରୟ ହେବ। ୨୦୨୦ ଜୁନ୍ ୧ ତାରିଖ ଠାରୁ ଦେଶରେ ଥିବା ସମସ୍ତ ‘ସିଏପିଏଫ୍’ କ୍ୟାଣ୍ଟିନ୍‌ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ। ବୁଧବାର ଦିନ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ଅମିତ ଶାହା ଟୁଇଟ୍ କରି ଏହା କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଏଥିଯୋଗୁଁ ପ୍ରାୟ ୧୦ ଲକ୍ଷ ‘ସିଏପିଏଫ୍’ କର୍ମଚାରୀଙ୍କ ୫୦ ଲକ୍ଷ ପରିବାର ସଦସ୍ୟଙ୍କୁ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରିବେ। ଦେଶକୁ ଆତ୍ମନିର୍ଭରଶୀଳ କରିବାକୁ ଆଞ୍ଚଳିକ ସାମଗ୍ରୀ ବ୍ୟବହାର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅପିଲ କରିଥିଲେ । ଆଉ ଆଜି ଗୃହମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି।
ଏଥିସହ ଶାହା ସାଧାରଣ ଜନତାଙ୍କୁ କହିଛନ୍ତି କି, ସେମାନେ ପ୍ରଧାନମନ୍ତ୍ରୀଙ୍କ ନିବେଦନକୁ ଅନୁସରଣ କରି ଦେଶରେ ତିଆରି ହୋଇଥିବା ଅଧିକାଂଶ ସାମଗ୍ରୀ ବ୍ୟବହାର କରନ୍ତୁ। ଗତକାଲିର ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱଦେଶୀ ସାମଗ୍ରୀ ଉପରେ ଖୁବ୍ ଗୁରତ୍ୱ ଦେଇଥିଲେ। ସେ କହିଥିଲେ ସଙ୍କଟ ସମୟରେ ସ୍ଥାନୀୟ ସାମଗ୍ରୀ ଆମ ଚାହିଦା ମେଣ୍ଟାଇ ଆମକୁ ରକ୍ଷା କରିଛି।

Related posts

ଖାଆନ୍ତୁ ଏହି ଫଳ ଦୂର ହେବ ଡ଼ାଇବେଟିସ

mahabharatanews

କାନାଡା ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କୁ କୋରୋନା

mahabharatanews

ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କଲା ଡବ୍ଲୁଏଚଓ

mahabharatanews