Uncategorized

ଏଣିକି ଅବୈଧ, ଅଚଳ ଯାନକୁ ଦେବାକୁ ହେବ ଦ୍ୱିଗୁଣା ଅଧିକ ଟୋଲ ଫି

ନୂଆଦିଲ୍ଲୀ: ଟୋଲ ଆଦାୟ ସଂକ୍ରାନ୍ତ ନିୟମର ସଂଶୋଧନ କରାଯାଇଛି । ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଏହି ସଂଶୋଧିତ ନିୟମ ସମ୍ବନ୍ଧରେ ଏକ ବିଜ୍ଞପ୍ତିଜାରି କରାଯାଇଛି । ଫଳରେ ୨୦୦୮ର ଜାତୀୟ ରାଜମାର୍ଗ ଦେୟ (ଦେୟ ନିର୍ଦ୍ଧାରଣ ଓ ସଂଗ୍ରହ) ଆଇନ ବଦଳିଛି ।
ନୂତନ ଅଧିନିୟମ ଅନୁଯାୟୀ, କୌଣସି ଯାନରେ ଯଦି ଫାଷ୍ଟଟ୍ୟାଗ ଲାଗିନଥିବ କିମ୍ବା ଏହା ଅଚଳ ବା ଅବୈଧ ହୋଇଥିବ, ତେବେ ସେଭଳି ଯାନ ଉପରେ ଗାଡିର ଶ୍ରେଣୀ ବିଭାଗ ଅନୁସାରେ ଦୁଇଗୁଣ ଟୋଲ ଫି ଆଦାୟ ହେବ । ଏଭଳି ଯାନ ଲାଗି ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନକୁ ପ୍ରବେଶ କରେ ତେବେ ସେଥିରୁ ସ୍ୱାଭାବିକ ଟୋଲ ଠାରୁ ଦୁଇଗୁଣ ଅର୍ଥ ଆଦାୟ କରାଯିବାର ବ୍ୟବସ୍ଥା ହୋଇଛି । ଏହି ସଂଶୋଧନ ପୂର୍ବରୁ ଗାଡି ବ୍ୟବହାରକାରୀଙ୍କୁ ବିନା ଫାଷ୍ଟଟ୍ୟାଗରେ ଟୋଲ ପ୍ଲାଜାର ଫାଷ୍ଟଟ୍ୟାଗ ଲେନରେ ପ୍ରବେଶ କଲେ ଦୁଇଗୁଣ ଟୋଲ ଫି ଦେବାକୁ ପଡୁଥିଲା ।

Related posts

ଅଲୀଗଡ ହିଂସା: ଏଏମୟୁର ୧୦ ହଜାର ଛାତ୍ରଙ୍କ ବିରୋଧରେ ମାମଲା

mahabharatanews

 କରୋନା:  ଆଗଧାଡିର ଯୋଦ୍ଧାଙ୍କୁ ଦିଆଯିବ ହାଇଡ୍ରୋକ୍ସିକ୍ଲୋରୋକୁଇନ

mahabharatanews

ମାର୍ଚ୍ଚ ୧୬ରେ ଆସ୍ଥା ଭୋଟ ପାଇଁ ବିଜେପି ଦାବି କରିପାରେ

mahabharatanews

Leave a Comment