Uncategorized

ବସ- ଟ୍ରକ ମୁହାଁମୁହିଁ ଧକ୍କା: ୯ ଶ୍ରମିକ ମୃତ

ପାଟନା: ପ୍ରବାସୀଙ୍କ ଦୁର୍ଦ୍ଦଶା ଥମିବାର ନାମ ନେଉ ନାହିଁ । ଗାଁ କୁ ଆସିବାକୁ ଆତୁର ଶ୍ରମିକ ପ୍ରତ୍ୟେହ ଦୁର୍ଘଟଣାରେ ଜୀବନ ହାରୁଛନ୍ତି । ଆଜି ପୁଣି ବିହାରର ଭାଗଲପୁରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶ୍ରମିକମାନଙ୍କ ନେଇଯାଉଥିବା ଏକ ବସ ଓ ଏକ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଆହତ ହୋଇଥିବା କୁହାଯାଉଛି। ପ୍ରଶାସନର ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଡାକ୍ତରଖାନା ପଠାଇବା ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଏକ ଟ୍ରକରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ସମୟରେ ଭାଗଲପୁର ନିକଟରେ ଏକ ବସ୍ ସହିତ ଧକ୍କା ହୋଇଥିଲା । ଧକ୍କା ହେବା ଫଳରେ ଟ୍ରକଟି ଓଲଟି ପଡ଼ି ଗର୍ତ୍ତରେ ପଡ଼ିଯାଇଥିଲା । ଫଳରେ ୯ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାପୂର୍ବରୁ ମହାରାଷ୍ଟ୍ରର ସୋଲାପୁରରୁ ଶ୍ରମିକମାନଙ୍କୁ ନେଇ ଯାଉଥିବା ରାଜ୍ୟ ପରିବହନ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ୟାଭାଟମାଲ ନିକଟସ୍ଥ ଅର୍ନି ନିକଟରେ ଘଟିଥିବା ଏହି ଦୁର୍ଘଟଣାରେ ବସ୍ ଡ୍ରାଇଭର ସମେତ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି । କୁହାଯାଉଛି ଯେ ସମସ୍ତ ଶ୍ରମିକ ସୋଲାପୁର ଏବଂ ଏହାର ଆଖପାଖ ଅଞ୍ଚଳରେ କାମ କରୁଥିଲେ। ତାଲା ବନ୍ଦ ପରେ ଶ୍ରମିକମାନଙ୍କୁ ନିଜ ଘର ଝାଡ଼ଖଣ୍ଡ ଯିବାକୁ ପ୍ରଶାସନ ଅନୁମତି ଦେଇଥିଲା। ୟାଭାଟମାଲ ନିକଟରେ ବସ୍ ଦୁର୍ଘଟଣାର ଶିକାର ହୋଇଛି ।

Related posts

ଚୀନ ସହ ତିକ୍ତତା ମଧ୍ୟରେ ଭାରତ କିଣିବ ୩୩ ନୂଆ ଯୁଦ୍ଧ ବିମାନ

mahabharatanews

ମିଗ-୨୯ ଦୁର୍ଘଟଣାଗ୍ରସ୍ତ

mahabharatanews

ଗଣମାଧ୍ୟମ ରିପୋର୍ଟକୁ ରେଳବାଇର ଖଣ୍ଡନ: ୧୫ରୁ ଚାଲିବ ନାହିଁ ରେଳ

mahabharatanews