ଅପରାଧ

ନାବାଳିକାକୁ କ୍ୱାରେଣ୍ଟାଇନ ସେଣ୍ଟରରେ ଦୁଷ୍କର୍ମ ଉଦ୍ୟମ

ପୁରୀ: କରୋନା ସଂକ୍ରମଣ ଦେଶ ତଥା ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଛି । ଏପରି ଘଡିସନ୍ଧି ମୁହୂର୍ତ୍ତରେ କିଛି କୁତ୍ସ ମାନସିକତାର ବ୍ୟକ୍ତି ଜୋର ଜବରଦସ୍ତ ସେମାନଙ୍କ କାମ ବାସନା ଚରିତାର୍ଥ କରିବାରୁ ପଛାଉନାହାନ୍ତି । ତା ପୁଣି କ୍ୱାରେଣ୍ଟାଇନ ସେଣ୍ଟର ଭିତରେ । ଏପରି ଘଟଣା ଘଟିଛି ପୁରୀ ଜିଲାରେ ।
ବ୍ରହ୍ମଗିରି ବ୍ଲକର ଏକ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଛି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଖବର ପାଇ ବ୍ରହ୍ମଗିରି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଆହତ ନାବାଳିକାଙ୍କୁ ପୁଲିସ ଉଦ୍ଧାର କରି ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ବ୍ରହ୍ମଗିରି ବିଡିଓ ମଧ୍ୟ କ୍ବାରେଣ୍ଟାଇନ ସେଣ୍ଟରରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି।

Related posts

କାଠ ଫାଳିଆରେ ସାନ ଭାଇକୁ ପିଟିପିଟି ହତ୍ୟା କଲା ବଡ଼ ଭାଇ

mahabharatanews

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews

ଗଞ୍ଜେଇ ସହିତ ବାଇକ୍ ଜବତ, ଜଣେ ଗିରାଫ

mahabharatanews