ରାଜନୀତି

ପଦ୍ମ ଛାଡିଲେ ଜଗନ୍ନାଥ: ବିକଳ୍ପ!

ଭୁବନେଶ୍ୱର: ବାବୁ ସିଂହ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ହେବାର ମାତ୍ର କିଛି ସମୟ ମଧ୍ୟରେ ମଧ୍ୟମ ଭୁବନେଶ୍ୱରର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଜଗନ୍ନାଥ ପ୍ରଧାନ ପଦ୍ମ ଛାଡି ଦେଲେ । ଜଗନ୍ନାଥଙ୍କ ଏପରି ଦଳ ଛାଡିବାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ବିଧାୟକ ହେବାରୁ ବିଫଳ ହେବା ପରେ ଜଗନ୍ନାଥଙ୍କର ଆଖି ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ପଦ ଉପରେ ଥିଲା । ସେ ମଧ୍ୟ ଦଳର ପୁରୁଣା ଓ ଜଣେ ସଚ୍ଚୋଟ ନେତା ଥିଲେ । ଦଳର ବିକାଶ ପାଇଁ ସେ ବହୁ କାର୍ଯ୍ୟ କରିଛନ୍ତି । ଯୁବ ବିଜେପିରେ ତାଙ୍କ ପ୍ରତିପତି ମଧ୍ୟ ରହିଛି । ତେଣୁ ଚଳିତ ଥର ତାଙ୍କୁ ବିଜେଡିର ଅନନ୍ତ ନାରାୟଣ ଜେନାଙ୍କ ବିପକ୍ଷରେ ଠିଆ କରାଯାଇଥିଲା । କିନ୍ତୁ ନବୀନ ହାଉଆରେ ଜଗନ୍ନାଥ ହାରି ଯାଇଥିଲେ । ଏହା ବ୍ୟତୀତ ଜଗନ୍ନାଥଙ୍କର ବିଜେପିର ପରସ୍ପର ବିରୋଧ କୁହାଯାଉଥିବା ଦୁଇ ହେଭି ୱେଟ ନେତା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବେଶ ଭଲ ସମ୍ପର୍କ । ଏତେ ସବୁ ସତ୍ତେ୍ୱ ବାବୁ ସିଂହଙ୍କୁ ବିଜେପି ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି କରିବା ସମସ୍ତଙ୍କୁ ଚକିତ କରିଛି ଓ ଜଗନ୍ନାଥଙ୍କୁ ମଧ୍ୟ ବ୍ୟଥିତ କରିଛି । ଯେଉଁଥି ପାଇଁ ସେ ଅବିଳମ୍ବେ ଦଳ ଛାଡିବାର ନିଷ୍ପତ୍ତି ନେଲେ ।
ତେବେ ଏପରି ତରବରିଆ ଭାବେ ଜଗନ୍ନାଥଙ୍କର ଦଳ ଛାଡିବା ପରେ ଏବେ ସେ କୁଆଡେ ଯିବେ ତାକୁ ନେଇ ଚର୍ଚ୍ଚା ଚାଲିଛି । କିଛି କହୁଛନ୍ତି କଂଗ୍ରେସରେ ମିଶି ପାରନ୍ତି, କିନ୍ତୁ କିଛି ବରିଷ୍ଠ ସାମ୍ବାଦିକଙ୍କ ଅନୁଯାୟୀ ବିଜେପି ଛାଡିବା ପରେ ଜଗନ୍ନାଥ ବିଜେଡିରେ ଯୋଗଦେବେ । କିନ୍ତୁ ରାଜନୈତିକ ବିଶେଷଜ୍ଞ କୁହନ୍ତି, ବିଜେଡିରେ ଯୋଗ ଦେବା ଆମକୁ କାହିଁ ସହଜ ମନେହେଉ ନାହିଁ । ନିର୍ବାଚନ ପୂର୍ବରୁ ଉଭୟ ବିଜେପି ଓ ବିଜେଡି ବିଧାୟକ ପ୍ରାର୍ଥିଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ହୋଇଥିଲା । ଏପରି କି ମଧ୍ୟମ ବିଧାୟକ ଅନନ୍ତ ତାଙ୍କ ଉପରକୁ ଜଗନ୍ନାଥ ପ୍ରଧାନ ବୋମା ମାଡ କରିଥିବା ନେଇ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ଯଦି ଜଗନ୍ନାଥ ବିଜେଡି ମୁହାଁ ହେଉଥିବେ ଏହାକୁ କଦାପି ଅନନ୍ତ ସହ୍ୟକରିବେ ନାହିଁ ନିଶ୍ଚିତ । ଯଦି ମଧ୍ୟ ବିଜେଡିରେ ମିଶିବେ, ତେବେ ଜଗନ୍ନାଥ କଦାପି ଭୁବନେଶ୍ୱର ଛାଡି ଯିବେ ନାହଁ । କାରଣ, ଭୁବନେଶ୍ୱର ହେଉଛି ଜଗନ୍ନାଥଙ୍କ ଗଡ । ସେ ଏଠାରେ ହିଁ ନିଜ ସାଂଗଠନିକ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି । ଏପରି ସମୟରେ ଭୁବନେଶ୍ୱର ଭିନ୍ନ କୌଣସି ସ୍ଥାନକୁ ସେ ଯିବା ଅସମ୍ଭବ । ଏହାକୁ ନେଇ ବିଜେଡିରେ ଅନନ୍ତ ଓ ଜଗନ୍ନାଥ ଗୋଷ୍ଠୀ ମଧ୍ୟରେ ତିକ୍ତତା ଉଗ୍ର ରୂପ ନେବ । ଏପରି ସମୟରେ ଦେଖିବାକୁ ବାକି ରହିଲା ଜଗନ୍ନାଥଙ୍କର ହେବ କଣ?

Related posts

ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ହେବ ଟୋକା ଲଢେଇ

mahabharatanews

ଆର୍ଥିକ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଦେଶର ନମ୍ବର-୧ ରାଜ୍ୟ: ଅର୍ଥମନ୍ତ୍ରୀ

mahabharatanews

ପାଳଲହଡା ବିଧାୟକ ମୁକେଶଙ୍କୁ ଝଟକା

mahabharatanews