Uncategorized

ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ବିଳମ୍ବ ହେବ

ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ ପ୍ରକ୍ରିୟା ଆହୁରି ଲମ୍ବିଲା । ମାଲ୍ୟାଙ୍କୁ ଭାରତ ଆଣିବା ପାଇଁ ହେଲେ ଆଉ ଏକ ଆଇନଗତ କାର୍ଯ୍ୟ କରିବାକୁ ହେବ । ତେବେ ସେହି ଆଇନଗତ ପ୍ରତିବନ୍ଧକଟି କ’ଣ ସେ ବିଷୟରେ ଜଣାଇବା ପାଇଁ ମନା କରିଦେଇଛି ବ୍ରିଟିଶ ହାଇ କମିସନ । ବ୍ରିଟିଶ ହାଇକମିସନର ମୁଖପାତ୍ର କହିଛନ୍ତି, “ଗତ ମାସରେ ବିଜୟ ମାଲ୍ୟା ପ୍ରତ୍ୟାର୍ପଣ ବିରୋଧରେ କରିଥିବା ଆବେଦନ ଖାରଜ ହୋଇଥିଲା । ତେବେ ବ୍ରିଟେନର ନିୟମ ଅନୁଯାୟୀ, ଏହାର ସମାଧାନ ନହେବା ପର୍ୟ୍ୟନ୍ତ ପ୍ରତ୍ୟାର୍ପଣ ହୋଇପାରିବ ନାହିଁ। ଏହି ପ୍ରସଙ୍ଗଟି ଗୋପନୀୟ ଅଟେ ଏବଂ ଆମେ ସବିଶେଷ ତଥ୍ୟ ଦେଇ ପାରିବୁ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ କେତେ ସମୟ ଲାଗିବ ତାହା କହିବା ଅସମ୍ଭବ। କିନ୍ତୁ ଆମେ ଯଥାଶୀଘ୍ର ଏହାର ସମାଧାନ କରିବାକୁ ଚେଷ୍ଟା କରୁଛୁ।
ସୂଚନା‌ଯୋଗ୍ୟ ଯେ ପୂର୍ବତନ ସାଂସଦ ତଥା କିଙ୍ଗଫିସର କମ୍ପାନିର ମୁଖ୍ୟ ବିଜୟ ମାଲ୍ୟା ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ଜଡ଼ିତ ହେବା ପରେ ୨୦୧୬ ମାର୍ଚ୍ଚରେ ଭାରତ ଛାଡ଼ି ବ୍ରିଟେନ ପଳାଇଥିଲେ। ସେ ୧୭ଟି ବ୍ୟାଙ୍କରୁ ଋଣ ନେଇ ପରିଶୋଧ କରି ନ ଥିଲେ। ତେବେ ଗତ ମେ ୧୪ରେ ବ୍ରିଟେନ ସୁପ୍ରିମକୋର୍ଟ ତାଙ୍କ ପ୍ରତ୍ୟାର୍ପଣ ବିରୋଧୀ ଆବେଦନକୁ ଖାରଜ କରିବା ପରେ ମାଲ୍ୟାଙ୍କୁ ୨୮ ଦିନ ଭିତରେ ଭାରତକୁ ଅଣାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିକଲେ। ଭାରତରେ ମାଲ୍ୟାଙ୍କୁ ମୁମ୍ବାଇସ୍ଥିତ ଆର୍ଥର ରୋଡ ଜେଲ୍‌ରେ ରଖିବା ପାଇଁ ଯୋଜନା କରାଯାଇଛି। ପୂର୍ବରୁ ଜେଲ୍‌ରେ ବ୍ୟବସ୍ଥା ସଂକ୍ରାନ୍ତ ଏକ ଭିଡିଓ ମଧ୍ୟ ବ୍ରିଟେନ୍‌ ଅଦାଲତରେ ଉପସ୍ଥାପନ କରାଯାଇଥିଲା।

Related posts

ବାଲା ସୁବ୍ରମଣ୍ୟମଙ୍କ ୭୪ ବର୍ଷରେ ପରଲୋକ

mahabharatanews

ଜେଲରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews

ପୂଜାର୍ଚ୍ଚନା ପରେ ପଢୁଛନ୍ତି ତ ଏହି ମନ୍ତ୍ର

mahabharatanews